AFFILIATE MARKETING

https://binomo.com?a=90810425bb57&t=0

Thursday, October 19, 2023

ରାଜଧାନୀରେ ଅପରାଧୀ ସକ୍ରିୟ ସୁରକ୍ଷାକର୍ମୀଙ୍କୁ ଖଣ୍ଡାରେ ହାଣିଲେ


COASTAL NEWS ODIA 1181
ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ ସୁରକ୍ଷାକର୍ମୀଙ୍କୁ                           ଖଣ୍ଡାରେ  ହାଣିଲେ


ଭୁବନେଶ୍ୱର - ୧୮।୧୦ ( CNO ): ରାଜଧାନୀରେ ଅପରାଧୀ ଏବେ ସକ୍ରିୟ । ମଙ୍ଗଳବାର ରାତିରେ ଜଣେ ସୁରକ୍ଷାକର୍ମୀଙ୍କୁ ଖଣ୍ଡାରେ ହାଣି ଦୁବୃତ୍ତ ଫେରାର ହୋଇଛନ୍ତି । ଆହତ ସୁରକ୍ଷାକର୍ମୀ ହେଲେ ଭଦ୍ରକ ଅଞ୍ଚଳର ଗୌରାଙ୍ଗ ଦାସ । ଏକ ଘରୋଲ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ବି ରହିଛି । 

ଅଭିଯୋଗ ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ନିକଟରେ ଲାଗିଥିବା ଚିତ୍ର ଉତ୍ତୋଳନ ଯନ୍ତ୍ର (ସିସିଟିଭି) ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି I ମୋବାଇଲ ଲୁଟ୍‌କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, କେ- ୱାନ୍ ସିକ୍ୟୁରିଟି ଏଜେନ୍ସିରେ ଗୌରାଙ୍ଗ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ସବୁ ଦିନ ଭଳି ମଙ୍ଗଳବାର ସେ ପୁରୀ ବାଇପାସ୍ ରାସ୍ତାର ମଙ୍ଗରାଜ ପଏଣ୍ଟ ନିକଟରେ ଥିବା ଏକ  ବିଦ୍ୟୁତ୍‌ଳିତ ଯାନ ଶୋ'ରୁମ୍ ରେ କାର୍ଯ୍ୟରତ ଥିଲେ। 

ରାତି ପ୍ରାୟ ୧୨ଟାରେ ୨ଟି ମୋଟର ସାଇକଲରେ ୪ଜଣ ଦୁର୍ବୃତ୍ତ ଶୋ’ରୁମ୍ ନିକଟରେ ଅଟକିଥିଲେ। ଗୌରାଙ୍ଗଙ୍କୁ ପିଇବା ପାଇଁ ପାଣି ମାଗିଥିଲେ ପାଣି ନେଇ ଆସିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ନେବା ଲାଗି ଛଡ଼ାଇଥିଲେ। ବିରୋଧ କରିବାରୁ ସେମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ ଜୀବନ ବଞ୍ଚାଇବା ଲାଗି ଗୌରାଙ୍ଗ ପ୍ରାଣବିକଳରେ ଦୌଡ଼ିଥିଲେ । ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ।ଯାହାଫଳରେ ଗୌରାଙ୍ଗଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ପରେ ଦୁର୍ବୃତ୍ତମାନେ ଆଖୁ ପିଛୁଳାକେ ସେଠାରୁ ଫେରାର ହୋଇ ଯାଇଥିଲେ। ଅନ୍ୟ କର୍ମଚାରୀମାନେ ଘଟଣା ସମ୍ପର୍କରେ ପୁଲିସ ନିୟନ୍ତ୍ରଣ କକ୍ଷକୁ ଖବର ଦେଇଥିଲେ। 

ପିସିଆର ପହଞ୍ଚି ଗୌରାଙ୍ଗଙ୍କୁ ଉଦ୍ଧାର କରି ରାଜଧାନୀ ଚିକିତ୍ସାୟରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅସାମାଜିକ ଯୁବକଙ୍କ ଦୌରାତ୍ମ୍ଯ ରୁ ରକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପଇଁତରା କଡ଼ାକଡ଼ି କରାଯିବାକୁ ସାଧାରଣରେ ଦାବି ହୋଇଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...