AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ

COASTAL NEWS ODIA 1121

ଦୁନିଆର ଅଭିଶପ୍ତ ପାର୍କ, ଦିନରେ ବି ଯିବାକୁ ଭୟ କରନ୍ତି ଲୋକେ




ଆମେରିକା - ଭଞ୍ଜ ବିହାରୀ ମହାନ୍ତି - ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଆତ୍ମା ବାସ କରନ୍ତି । ଏଭଳି ସ୍ଥାନକୁ ଯିବା ପାଇଁ ଲୋକେ ଭୟ କରନ୍ତି । ବେଳେବେଳେ ଏହି ସ୍ଥାନ ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କାରଣ ଏଭଳି ସ୍ଥାନରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ, ଯାହା ବିଷୟରେ ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ସନ୍ଧାନ କରି ପାରନ୍ତିନି । ଏପରି ସ୍ଥାନକୁ ରାତିରେ କଣ, ଲୋକେ ଦିନରେ ବି ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଏକ ରହସ୍ୟମୟୀ ପାର୍କ ବିଷୟରେ । ଯେଉଁଠାରେ ରାତି ହେଲେ ଆତ୍ମାଙ୍କ ପ୍ରକୋପ ବଢ଼ିଯାଏ ।

ଆମେରିକାର ପଶ୍ଚିମ ଭର୍ଜିନିଆର ପ୍ରିନ୍ସଟନ୍ ସହରରେ ‘ଲେକ୍‌ ଶାଉନି ଆମ୍ୟୁଜମେଣ୍ଟ ପାର୍କ’ ରହିଛି, ଯାହାକୁ ଅଭିଶପ୍ତ ବୋଲି କୁହାଯାଏ । କାରଣ ଏଠାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହି ଭୟାବହ ମୃତ୍ୟୁ ପରେ ଏହି ପାର୍କ ବନ୍ଦ କରାଯାଇଥିଲା । ବହୁ ବର୍ଷ ଧରି ଏହା ନିର୍ଜନ ସ୍ଥାନ ଭାବେ ପଡ଼ି ରହିଛି । ଅନେକ ଲୋକ ଏହାକୁ ଦୁନିଆର ସବୁଠାରୁ ହଣ୍ଟେଡ ଆମ୍ୟୁଜମେଣ୍ଟ ପାର୍କ କୁହନ୍ତି । କାରଣ ଅନେକଙ୍କ ମତରେ ଏହି ପାର୍କ ଏକ ଶ୍ମଶାନ ଉପରେ ନିର୍ମିତ ହୋଇଥିଲା ।

ଦ ସନ୍‌ ରିପୋର୍ଟ ଅନୁସାରେ ଏହି ପାର୍କ ଶାଉନି ହ୍ରଦ କୂଳରେ ପ୍ରଥମେ ୧୯୨୦ ମସିହାରେ ଜଣେ ବ୍ୟବସାୟୀ କାନଲି ସ୍ନିଡୋଙ୍କ ଦ୍ୱାରା ଖୋଲା ଯାଇଥିଲା, ଯାହା ୧୯୮୮ ମସିହାରେ ବନ୍ଦ ହେବା ପୂର୍ବରୁ ୬୨ ବର୍ଷ ପର୍ଯ୍ୟନ୍ତ ଚାଲୁଥିଲା । ଅଭିଶପ୍ତ ଭୂମି ହୋଇଥିବାରୁ ଏଠାରେ ହଠାତ୍ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକମାନେ କୁହନ୍ତି ।

ଏହି ପାର୍କରେ ଏପରି ଅନେକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । ଲୋକେ ଭୟରେ ଥରିବାକୁ ଲାଗନ୍ତି । ଏଠାରେ ଏକ ଛୋଟ ବାଳକର ଦୁଃଖଦ ମୃତ୍ୟୁ ହୋଇଥିଲା । ପିଲାଟି ପାର୍କରେ ଥିବା ସୁଇମିଂ ପୁଲରେ ବୁଡ଼ି ଯାଇଥିଲା । ଦୀର୍ଘ ସମୟ ପରେ ବାଳକର ଶରୀର ସୁଇମିଂ ପୁଲରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେହି ସମୟରେ ପାର୍କର ମାଲିକମାନେ ଏହି ପୁଲକୁ ବାଲିରେ ଭର୍ତ୍ତି କରି ଦେଇଥିଲେ ।

ଏଠାରେ ଏକ ୩ ବର୍ଷର ଝିଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେ ଲିଫ୍ଟରେ ଚାପି ଯାଇଥିଲା । ଅନ୍ୟ ଏକ ବାଳକ ଝୁଲଣାରେ ଖେଳୁଥିବା ବେଳେ ଦୁର୍ଘଟଣା ଘଟିଥିଲା ଏବଂ ତାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ୧୯୩୪ ମସିହାରେ ଜଣେ ମହିଳାଙ୍କୁ ପାର୍କ ବାହାରେ ଗୁଳି କରାଯାଇଥିଲା । ୧୯୬୬ ମସିହାରେ ଏଭଳି ଅଜବ ଦୁର୍ଘଟଣା ଘଟୁଥିବା ଯୋଗୁଁ ପାର୍କ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ବନ୍ଦ ହେବାର ୨୦ ବର୍ଷରୁ ଅଧିକ ସମୟ ପରେ, ଏହି ପାର୍କରେ ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଥିଲା ଯେଉଁଥିରେ ଅଧିକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଥିଲା । ପାର୍କକୁ ଖୋଳିବା ପରେ ପାଖାପାଖି ୧୩ଟି ମୃତଦେହ ଉଦ୍ଧାର ହୋଇଥିଲା, ଯେଉଁଥିରେ ଅଧିକାଂଶ ଶବ ଶିଶୁଙ୍କ ଶବ ଥିଲା । ଏହା ପରେ ଏଠାରେ କାର୍ଯ୍ୟ ବନ୍ଦ କରାଯାଇଥିଲା । ଏହି ସ୍ଥାନ ଏବେ ବନ୍ଦ ରହିଛି । ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ଏହି ସ୍ଥାନ ଦେଇ ଯିବାକୁ ମଧ୍ୟ ଭୟ କରନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...