AFFILIATE MARKETING

https://binomo.com?a=90810425bb57&t=0

Saturday, October 21, 2023

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା

COASTAL NEWS ODIA 1195

ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା



ଉତ୍ତରପ୍ରଦେଶ - (CNO) ଭଞ୍ଜ ବିହାରୀ ମହାନ୍ତି - ଲକ୍ଷେ କି କୋଟିଏ ନୁହେଁ। ଏକାଥରେ ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା। ରାତାରାତି କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ କିନ୍ତୁ ଏକଥା ଜାଣି ନଥିଲେ। ଶେଷରେ ସେ ସମସ୍ୟାରେ ପଡ଼ିବା ପରେ ହିଁ ଯାଇ ପ୍ରକୃତ ସତ ଜାଣିବାକୁ ପାଇଥିଲେ।

ହଠାତ୍‌ କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଶିବ ପ୍ରସାଦ ନିଶାଦ। ସେ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଆକାଉଣ୍ଟରେ କେବେ ଠାରୁ ୨,୨୧, ୩୦,୦୦,୦୭ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଏକଥା ଜାଣି ନଥିଲେ। କିନ୍ତୁ ଆୟକର ବିଭାଗ ଏକଥା ଜାଣି ପାରି ତାଙ୍କ ପାଖକୁ ନୋଟିସ କରିବା ପରେ ସେ ସତ ଜାଣିବାକୁ ସକ୍ଷମ ହୋଇଥିଲେ।

ଆୟକର ବିଭାଗ ତାଙ୍କ ପାଖକୁ ପଠାଇ ଥିବା ନୋଟିସରେ ୨୨୧ କୋଟି ଟଙ୍କା ଜମା ହୋଇଥିବା କଥା କହିଥିଲା। ଏଥିସହ ଟିଡିଏସ ବାବଦରେ ୪.୫ ଲକ୍ଷ ଟଙ୍କା କଟିଥିବା ମଧ୍ୟ ଜଣାଇଥିଲା। ତାଙ୍କୁ ଅକ୍ଟୋବର ୨୦ କିମ୍ବା ତା’ ପୂର୍ବରୁ ହାଜର ହୋଇ ଆକାଉଣ୍ଟରେ ହୋଇଥିବା ନେଣଦେଣ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଥିଲା। 

ଏକଥା ଜାଣିବା ପରେ ଶିବ ପ୍ରସାଦ ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ତୁରନ୍ତ ଗାଁକୁ ଫେରି ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ। ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ।

ଶିବ ପ୍ରସାଦ ଆଶଙ୍କା କରିଛନ୍ତି ଯେ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି। ୨୦୧୯ରେ ତାଙ୍କ ପାନ କାର୍ଡ ହଜି ଯାଇଥିଲା। ଏହାକୁ ବ୍ୟବହାର କରି କେହି ଆକାଉଣ୍ଟ ଖୋଲିଥିବା ସେ କହିଛନ୍ତି।

ଶିବ ପ୍ରସାଦ କହିଛନ୍ତି, “ମୁଁ ଜଣେ ଶ୍ରମିକ ଭାବେ କାମ କରେ। ମୋ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଥିବା ଆୟକର ବିଭାଗର ନୋଟିସ ପରେ ଜାଣିବାକୁ ପାଇଛି। ଏତେ ଟଙ୍କା କେଉଁଠୁ ଆସିଲା, ମୁଁ ଜାଣି ନାହିଁ। ୨୦୧୯ରେ ମୋ ପାନ କାର୍ଡ ହଜି ଯାଇଥିଲା। ତେଣୁ ଏହାର ଅପବ୍ୟବହାର କରି କେହି ମୋ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଜମl କରିଛି।”

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...