AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

ଆଳି ବଜାର ଶାନ୍ତି କମିଟି ବୈଠକ ଅନୁଷ୍ଠିତ

COASTAL NEWS ODIA 1092

ଆଳି ବଜାର ଶାନ୍ତି କମିଟି ବୈଠକ ଅନୁଷ୍ଠିତ



ଆଳି - ଆଳିରେ ଅନୁଷ୍ଠିତ ହେବାକୁଥିବା ପ୍ରସିଦ୍ଧ ଦୁର୍ଗାପୂଜା 
ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।କେବଳ ଔପଚାରିକାତା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବୈଠକ ଡକାଯାଇ ଆଲୋଚନାରେ ଏହା ସୀମିତ ରହୁଛି। ଏହି ଅଂଚଳରେ ଥିବା ପୂଜା କମିଟିର ସଭାପତି, ସମ୍ପାଦକ ଓ ଗଣମାଧ୍ୟମ ପ୍ରତିନିଧୂମାନେ ବୈଠକରେ ଉପସ୍ଥିତ ରହୁଥିବା ବେଳେ ଯେଉଁ ବିଭାଗୀୟ ଅଧିକାରୀମାନଙ୍କୁ ଡକାଯାଉଛି, ସେମାନେ ଏହି ବୈଠକ କୁ ଅଣଦେଖା କରି ଆସୁନାହାନ୍ତି। ତେଣୁ ଶାନ୍ତି କମିଟି ବୈଠକ ଏକ ପ୍ରହସନରେ ପରିଣତ ହେଉଛି ବୋଲି ମତ ପ୍ରକାଶ ପାଇଛି। 

ଆଳି ପଞ୍ଚାୟତ ସମିତି ସଭାଗୃହରେ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଳି ବିଡିଓ ମିନତି ଜଗଦେବ, ଆଳି ବ୍ଲକ ଚେୟାରମ୍ଯାନ ମନୋରଞ୍ଜନ ସାମଲ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଥାନା ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରତିଶୃତି ଦେଇଥିଲେ l 

ଯାନ୍ତ୍ରିକ ବିଭାଗରୁ କେବଳ ବିଦ୍ୟୁତ୍ ବିଭାଗ ଜେଇ ପ୍ରେମାନନ୍ଦ ବେହେରା ଉପସ୍ଥିତ ଥିଲେ। ଅନ୍ୟ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଡକା ଯାଇଥିଲେ ମଧ୍ୟ କେହି ଆସି ନଥିଲେ। ଅଧିକାଂଶ ସଭ୍ୟ ଡିଜେ ବଜାଇବାକୁ ବିରୋଧ କରିଥିଲେ। ପତ୍ରପୁର ସେତୁଠାରୁ ଗଡ଼ଗଡ଼ି ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତା ଉପରେ ଗାଈଗୋରୁଙ୍କ ଅବାଧ ବିଚରଣ ଅନେକ ଲୋକଙ୍କ ଜୀବନ ନେଲାଣି । ତେଣୁ ଗାଈଗୋରୁଙ୍କୁ ରାସ୍ତାରୁ ତଡ଼ିବା ପାଇଁ ଦାବି ହୋଇଥିଲା। ଏ ବିଷୟରେ ପ୍ରଶାସନିକ ଅଧିକାରୀମାନେ କୌଣସି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଉନଥିବା ଓ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। 

ଆଳି ବଜାର ପରିବେଷ୍ଟିତ ଗୌଡପାଟଣା ଗ୍ରାମ ଉତ୍ତର ପଟେ ଆଳି ମୁଖ୍ୟ ବଜାର ପୂର୍ବ ପଟେ ବ୍ଯାଙ୍କ ବଡବଡ ମାର୍କେଟିଂ ମଲ୍ ଓ ଶତାଧିକ ଦୋକାନ l ପଶ୍ଚିମରେ ବସ ଷ୍ଟାଣ୍ଡ ଓ ବଡ଼ ବଡ଼ ମଲ ବ୍ଯାଙ୍କ ଓ ବଜାର ଥିବା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମୁଖ୍ୟ ରାସ୍ତା ଓ ବଜାରରୁ ଏ ଗାଁ ବିଛିନ୍ନ ରହୁଛି ଟୋପେ ବର୍ଷାର ପାଣି ମାସମାସ ଧରି ଜମି ରହିଛି l ବଜାରର ଅଳିଆ ଆବର୍ଜନା କୁକୁଡା ମାରି ବିକ୍ରି କରୁଥିବା ବ୍ୟବସାୟୀ ଓ ମାଛ ମାର୍କେଟରେ ବଳି ପଡୁଥିବା ପଚା ସଢ଼ା ଅଳିଆ କୁ ମୁଖ୍ୟ ପ୍ରବେଶ ରାସ୍ତାରେ ଜମା କରିଦିଆଯାଉଛି l ଫଳରେ ରାସ୍ତା ଉପରେ ଜମିଥିବା ପାଣି ବିଷାକ୍ତ କର୍ଦ୍ଦମାକ୍ତ ଓ ନର୍ଦ୍ଦମା ର ପୁତି ଗନ୍ଧମୟ ପରିବେଶ ଗାଁ ଓ ବଜାର ପରିବେଶ କୁ ଦୂଷିତ କରୁଛି l ଏହାର ନିରାକରଣ ପାଇଁ ଓ ଗଉଡପାଟଣା ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ପାଇଁ ଆଡଭୋକେଟ୍ ଅକ୍ଷୟ ମଲିକ ଙ୍କ ପ୍ରଶ୍ନର କୌଣସି ଉତ୍ତର ମିଳିନଥିଲା l ମୋଟାମୋଟି ଭାବେ ଏହି ଶାନ୍ତି କମିଟି ବୈଠକ ଏଜ ଆବଶ୍ୟକୀୟ ଅନୌପଚାରିକ ଆୟୋଜନ ଥିଲା ବୋଲି ଆଲୋଚନା ହେଉଛି l


No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...