AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ

COASTAL NEWS ODIA 965

ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ



କଟକ - ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଏକରୁଖି ଗ୍ରାମରେ ୨୦୧୬ରେ ଘଟିଥିବା ଜଣେ ଯୁବତୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଭାତ କୁମାର ମହାରଣାକୁ ଅଦାଲତ ଆଜୀବନ କରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ଜିଲ୍ଲା ଓ ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ଶୁଣାଣି କରି ପ୍ରଭାତକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ମେ’ ୯ ତାରିଖ ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ ପଞ୍ଚାୟତ ଏକରୁଖି ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପ୍ରିୟଦର୍ଶିନୀ ପଣ୍ଡା ସନ୍ଧ୍ୟା ପ୍ରାୟ ୭ଟାରେ ପଡ଼ୋଶୀଙ୍କ ଘରୁ ନିଜ ଘରକୁ ଫେରୁଥିଲା ବେଳେ ହତ୍ୟାର ଶିକାର ହୋଇଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି ଓ ଶରୀରର ଅନ୍ୟ ଅଙ୍ଗକୁ ଆକ୍ରମଣ କରାଯାଇଥିଲା । ଅନ୍ଧାରର ସୁଯୋଗ ନେଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇଥିଲା। ପୀଡ଼ିତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏ ନେଇ ମୃତକଙ୍କ ପରିବାର ତରଫରୁ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପ୍ରଭାତକୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ଅଦାଲତରେ ପ୍ରସିକ୍ୟୁସନ ତରଫରୁ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ପବ୍ଲିକ୍ ପ୍ରସିକ୍ୟୁଟର୍ କ୍ଷେତ୍ରମୋହନ ବେହେରା ମାମଲା ପରିଚାଳନା କରୁଥିଲା ବେଳେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ ସାମନ୍ତରାୟ ସହାୟତା କରୁଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...