AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର

COASTAL NEWS ODIA 1123

ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର 



 
ମୋହନା,୧୩ା୧୦: ଭଞ୍ଜ ବିହାରୀ ମହାନ୍ତି - ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା ଓ ପେନସନ ସ୍କିମ୍‌ ସମେତ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏହି ସମସ୍ତ ସେବା କିଭଳି ଚାଲିଛି ତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। କେଉଁଠି ପୋଷ୍ଟ ମାଷ୍ଟରଙ୍କୁ ଗଛ ମୂଳେ ବସି ଲୋକଙ୍କୁ ସେବା ଯୋଗାଉଛନ୍ତି ତ ଗାଁକୁ ରାସ୍ତା ନ ଥିବାରୁ ଘାଟି ପାହାଡ ଚଡ଼ି ଚିଠି ବାଣ୍ଟୁଛନ୍ତି। 

ଏହା ଦେଖିବାକୁ ମଳିଛି ଗଜପତି ଜିଲା ମୋହନା ବ୍ଲକର ମଳାସପଦର ପଞ୍ଚାୟତ। ବର୍ତ୍ତମାନ ଡାକ ସେବା ପାଇଁ ଗ୍ରାହକଙ୍କ ସମସ୍ତ କାମ ଅନଲାଇନରେ ଡାଟା ପଞ୍ଜିକରଣ କରିବାକୁ ପଡୁଥିବା ବେଳେ ଯେଉଁଠି ନେଟୱର୍କ ସୁବିଧା ନାହଁ ସେହି ସବୁ ସ୍ଥାନରେ ପୋଷ୍ଟ ମାଷ୍ଟରଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି। ମୋହନା ଉପ ଡାକ ଅଫିସ ଅଧୀନରେ ୯ ଗୋଟି ଶାଖା ଡାକ ଘର ରହିଥିବା ବେଳେ ଅଧିକାଂଶ ସ୍ଥାନରେ ନେଟୱାର୍କ ସୁବିଧା ନ ଥିବାରୁ ଗ୍ରାହକଙ୍କୁ ଠିକ୍‌ ସମୟରେ ସେବା ଯୋଗାଇବା ସମ୍ଭବ ହେଉନାହିଁ। 

ମୋହନା ବ୍ଲକ ମଳାସପଦର ପୋଷ୍ଟ ମାଷ୍ଟର ଫୁଲସି ମଣ୍ଡଳ କହିବା ଅନୁସାରେ ନିଜ ଅଞ୍ଚଳରେ ନେଟୱାର୍କ ନ ଥିବାରୁ ଗାଁ ଠାରୁ ୨୦ କିମି ଯାଇ ଏକ ଗଛ ମୂଳେ ବସି ଅନଲାଇନରେ ଗ୍ରାହକଙ୍କ ଡାଟା ଏଣ୍ଟ୍ରି କରୁଛନ୍ତି। ଦିନକୁ ଦୁଇ ଥର ନିଜ ଗାଁରୁ ୨୦ କିମି ଯାତ୍ରା କରି ଲୋକଙ୍କୁ ସେବା ଯୋଗାଉଛନ୍ତି। କେବଳ ସେତିକି ନୁହଁ, ବିଭିନ୍ନ ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତା ନାହିଁ। ଡାକ ବ୍ୟାଗ୍‌ ଆସିବା ପରେ ପୋଷ୍ଟ ପିଅନ ନ ଥିବାରୁ ନିଜେ ଘାଟି ପାହାଡ ଚାଲି ଲୋକଙ୍କ ଚିଠି ବାଣ୍ଟିବାକୁ ପଡୁଛି। ନେଟୱାର୍କ ସୁବିଧା ଥିଲେ ସୁବିଧାରେ ନିଜ ପୋଷ୍ଟ ଅଫିସରେ ବସି ଅନଲାଇନ୍‌ କାମ କରି ଲୋକଙ୍କୁ ସେବା ଯୋଗାଇ ପାରିଥାନ୍ତେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...