AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ

COASTAL NEWS ODIA

ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ 



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଏସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଭାରତ ପାଇଁ ମହିଳା ୭୬ କେଜି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି କିରଣ ବିଷ୍ଣୋଇ। ସେ ବ୍ରୋଞ୍ଜ ପଦକ ଲଢ଼େଇରେ ମଙ୍ଗୋଲିଆର କୁସ୍ତିଯୋଦ୍ଧାକୁ ୬-୩ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି।

କିରଣଙ୍କ ବ୍ରୋଞ୍ଜ ପରେ ଏସିଆନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା ୯୨ରେ ପହଞ୍ଚି ଯାଇଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୮ଟି ବ୍ରୋଞ୍ଜ ପଦକ ରହିଛି।

ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସକୁ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୯୨ଟି ପଦକ ଜିତି ସାରିଥିବା ବେଳେ ପୁରୁଷ କ୍ରିକେଟ, କବାଡି, ବ୍ରିଜ, ବ୍ୟାଡମିଣ୍ଟନ, ହକି ଓ ତୀରନ୍ଦାଜୀ ଭଳି କ୍ରୀଡ଼ାରୁ ଏକାଧିକ ପଦକ ନିଶ୍ଚିତ କରିଛି।

ଏହାର ଅର୍ଥ ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

କରିଣଙ୍କ ପୂର୍ବରୁ ମହିଳା ୬୨ କେଜି ଫ୍ରିଷ୍ଟାଇଲରେ ସୋନମ ମଲିକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ବ୍ରୋଞ୍ଜ ଲଢ଼େଇରେ ଚାଇନାର ଜିଆ ଲଙ୍ଗଙ୍କୁ ୬-୪ରେ ହରାଇ ଏପରି ସଫଳତା ହାସଲ କରିଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...