AFFILIATE MARKETING

https://binomo.com?a=90810425bb57&t=0

Wednesday, August 6, 2025

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ସମ୍ୱଲପୁର, ୬/୮: ଭିଜିଲାନ୍ସ ଜାଲରେ ଫସିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍। ରାଜ୍ୟ ଡ୍ରଗ୍ସ ପରୀକ୍ଷାଗାରର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଦେବାଶିଷ ପଣ୍ଡାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।

ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୪ DSP, ୧୦ ଇନ୍ସପେକ୍ଟର ଓ ୪ ASI ସାମିଲ୍ ହୋଇଛନ୍ତି।

ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ବେହେରା ସାହି ସ୍ଥିତ ମେଟ୍ରୋସିଟିରେ ଥିବା ୨ଟି ଫ୍ଲାଟ, ଭୁବନେଶ୍ବର ଏସପ୍ଲାନେଡ୍ ମଲରେ ଥିବା ସ୍ଥାନ, ଭୁବନେଶ୍ବର ବଳଭଦ୍ରପୁରରେ ଥିବା ପ୍ରେଷ୍ଟିଜ ଆପାର୍ଟମେଣ୍ଟର ଫ୍ଲାଟ, ସମ୍ବଲପୁର ବରେଇପାଲ୍ଲୀରେ ଥିବା ଭଡ଼ାଘର, ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା ତାଙ୍କ ଅଫିସ ଚାମ୍ବରରେ ଚଢ଼ାଉ ଜାରି ରହିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...