AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 COASTAL NEWS - 366

ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର

 


ରୂପ୍‌ସା ୧୩।୮: ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ  ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ବିଜୟ ନାୟକ ଓ ଶ୍ୱଶୁର ଦାମୋଦର ନାୟକଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୮୦/୨୩) ରୁଜୁ କରି ଗିରଫ ସ୍ବାମୀ ଓ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ବିଜୟଙ୍କ ଘରେ ସମସ୍ତେ ଖାଇ ସାରି ଶୋଇଥିଲେ। ୧୧ ତାରିଖ ଭୋର ସମୟରେ ହରପ୍ରିୟା ଘରେ ବେକରେ ଶାଢ଼ି ବାନ୍ଧି ଓହଲି ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ମୃତ ମହିଳାଙ୍କ ବାପଘର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହରପ୍ରିୟାଙ୍କୁ  ସ୍ବାମୀ, ଶ୍ୱଶୁର, ଯାଆ ଓ ଦେଡ଼ଶୁର ମିଶି ହତ୍ୟା କରିଥିବା ନେଇ ତାଙ୍କ ଭାଇ କିଶୋର କୁମାର ମନ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ଓ ଏଏସ୍‌ଆଇ ପୁମା ଦେଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।  ଉଲ୍ଲେଖଯୋଗ୍ୟ, ୨୦୧୮ରେ ଏହି ଥାନା ଅଧୀନ ଆଗୁରଗୋହିରା ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀଙ୍କ ଏକ ମାତ୍ର କନ୍ୟା ହରପ୍ରିୟାଙ୍କ ସହ ବିଜୟଙ୍କ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ତାଙ୍କର ଜଣେ ୪ ବର୍ଷର ଶିଶୁ କନ୍ୟା ଅଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...