AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 COASTAL NEWS 367

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର



କେନ୍ଦୁଝର - ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଗାଁର ରାଜେନ୍ଦ୍ର ପରିଡା ଆଜକୁ ତିନି ମାସ ହେବ ବ୍ୟାସନଗର ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ରହୁଥିଲେ। ପ୍ରତିଦିନ ସେ କାମ କରିବାକୁ ଯାଉଥିଲେ ଓ ସନ୍ଧ୍ୟା ବେଳେ ହୋଟେଲ୍‌କୁ ଫେରିଆସୁଥିଲେ। ଶନିବାର ସନ୍ଧ୍ୟାରେ ରାଜେନ୍ଦ୍ର କାମରୁ ଆସି ହୋଟେଲ ରୁମକୁ ବାହାରିନଥିଲେ। ହେଲେ ଆଜି ରୁମ୍‌ରୁ ନବାହାରିବାରୁ ହୋଟେଲ କର୍ମଚାରୀମାନେ ଡାକିଥିଲେ। ମାତ୍ର ରୁମ୍‌ ଭିତରୁ କୌଣସି ଶବ୍ଦ ଶୁଭିନଥିଲା।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଯାଜପୁର ରୋଡ୍‌ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚି ରୁମ୍‌ ଖୋଲିବାରୁ ରାଜେନ୍ଦ୍ର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗାଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଏଥିସହ ଘଟଣାର ତଦନ୍ତ ଚଳାଇଛି। ହେଲେ କେଉଁ କାରଣରୁ ରାଜେନ୍ଦ୍ର ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...