AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ଜୀବନ ସାଥି,

 COASTAL NEWS 368

ଜୀବନ ସାଥି





ପୁରୀ   : ଜୀବନ ସାଥି, ସାତ ଜନମର ସାଥି । ହାତରେ ହାତ ରଖି ମଥାରେ ସିନ୍ଦୁର ଦେଇ ସବୁ ଦିନ ପାଇଁ କରିଛନ୍ତି ନିଜର । କେମିତି ବା ନିଜର ଅର୍ଦ୍ଧାଙ୍ଗିନୀକୁ ପର କରିଦେଇଥାନ୍ତେ । ସେଥିପାଇଁ ତ ଏ ବୁଢ଼ା କାଳେ ବି ନିଜ ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ମେଡିକାଲ ନେଉଛନ୍ତି ବୃଦ୍ଧ ସ୍ୱାମୀ । ପରିଣତ ବୟସରେ ପାଦ ଥାପିଥିଲେ ମଧ୍ୟ ନିଜ ପ୍ରାଣପ୍ରିୟା ପତ୍ନୀକୁ ହରାଇଦେବାର ଭୟ ଘାରିଥିଲା ତାଙ୍କୁ । ସେଥିପାଇଁ ତ କେହି ସାହାଯ୍ୟ ନ କରିବାକୁ ଆସିଥିଲେ ମଧ୍ୟ ଡାକ୍ତରଙ୍କ ପାଖକୁ ନିଜେ କାନ୍ଧରେ ବୋହି ସ୍ତ୍ରୀକୁ ଆଣିଛନ୍ତି ଚିକିତ୍ସା କରିବାକୁ ।

ଅସୁସ୍ଥ ଥିବା ନିଜ ବୃଦ୍ଧା ପତ୍ନୀଙ୍କୁ ପିଠିରେ ବୋହି ଜଣେ ବୃଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଳମାଳ ରୋଗୀ ସହାୟକ ଡାକ୍ତରଖାନାରେ ନିଯୁକ୍ତ ହୋଇଥିଲେ ବି କେହି ତାଙ୍କୁ ସହାୟତା କରିନଥିଲେ କିଂବା ଷ୍ଟ୍ରେଚର୍ ଅବା ହ୍ବିଲ୍ ଚେୟାର୍ ଦେଇନଥିଲେ।

ମିଳିଥିବା ସୂଚନା ମୁତାବକ, ଗତକାଲି ମଧ୍ୟପ୍ରଦେଶ ସେହୋରର ଭାଉ ସିଂହ ଯାହାଙ୍କର ବୟସ ୭୦ ବର୍ଷ । ଓ ପତ୍ନୀ କାଲା ବାଇ ଯାହାଙ୍କର ବୟସ ୬୫ ବର୍ଷଙ୍କୁ ଗୋଡ଼ ଯନ୍ତ୍ରଣା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଗାଡ଼ିରେ ପହଞ୍ଚିବା ପରେ ସେ ଆଉଟ୍ଡୋର୍ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନଙ୍କୁ ହ୍ବିଲ୍ ଚେୟାର୍ କିମ୍ବା ଷ୍ଟ୍ରେଚର୍ ଯୋଗାଇ ଦେବାକୁ ନିବେଦନ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀମାନେ ସହଯୋଗ କରିନଥିଲେ କି କେହି ରୋଗୀ ସହାୟକ ବି ନଥିଲେ। ନିରାଶ ହେବା ପରେ ଶେଷରେ ନିଜ ପତ୍ନୀଙ୍କୁ ପିଠିରେ ବୋହି ଡାକ୍ତରଖାନା ଆଉଟ୍ ଡୋରକୁ ନେଇଥିଲେ ବୃଦ୍ଧ ଭାଉସିଂହ।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଯେଉଁ ସମୟରେ ଡ଼ହ ଡ଼ହ ଖରା ହେଉଥିଲା। ସମୟ ଥିଲା ୨.୩୫ ମିନିଟ। ମଧ୍ୟପ୍ରଦେଶରୁ ଆସିଥିବା ଜଣେ ମହିଳା ଭକ୍ତ କାଲା ବାଇ ଓ ତାଙ୍କ ସହ ଥିଲେ ତାଙ୍କ ସ୍ୱାମୀ ଭାଉ ସିଂ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅବହେଳା ଯୋଗୁଁ ସ୍ୱାମୀ ଜଣକ ନିଜ ସ୍ତ୍ରୀ କୁ କାନ୍ଧ ରେ ନେଇ ଓପିଡି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ବୁଲି ଥିଲେ । ନିଜ ସ୍ତ୍ରୀଙ୍କ ଗୋଡ଼ର ଏକ୍ସରେ ପାଇଁ ତାଙ୍କୁ ଏଭଳି ଭାବେ ନାକେଦାମ ହେବାକୁ ପଡ଼ିଥିଲା ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...