AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ବହୁରୂପୀ ଏଣ୍ଡୁଅ

COASTAL NEWS - 365

ବହୁରୂପୀ ଏଣ୍ଡୁଅ 



ଭଦ୍ରକ  – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଂଚାୟତର ମଣିନାଥପୁରରୁ ଆଜି ଏକ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହୋଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଏଣ୍ଡୁଅଟି ଘଡିକି ଘଡି ବଦଳାଉଛି ରଙ୍ଗ । ମାଟିରେ ଚାଲିରେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦିଆ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖାଯାଉଛି । ସବୁଜ ଘାସରେ ଚାଲିଲାବେଳେ ସବୁଜିଆ ଦେଖାଯାଉଛି ତ ଲାଲ ଶାଢୀ ଉପରେ ଚାଲିଲେ ଲାଲ ରଙ୍ଗ ଧାରଣ କରୁଛି ଏହି ବିରଳ ଏଣ୍ଡୁଅ । ଏଭଳି ଏକ ବିଲୁପ୍ତ ପ୍ରାୟ ବହୁରୂପୀ ଏଣ୍ଡୁଅ ଉଦ୍ଧାର ହେବା ପରେ ତାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ଏହି ଗ୍ରାମର ନରେନ୍ଦ୍ର ବେହୁରିଆଙ୍କ ବୈତରଣୀ ନଦୀପଠା ପାଶ୍ୱର୍ରେ ଘର କରିବା ପାଇଁ ରହୁଥିବା ଇଟାଭାଟି ନିକଟରୁ ଉଦ୍ଧାର ହୋଇଛି ଏହି ଏଣ୍ଡୁଅଟି । ସୂଚନା ଆଧାରରେ ଏହି ଗ୍ରାମର ନିରାକାର ବାରିକ ଓ ନିତ୍ୟାନନ୍ଦ ବାରିକ ନାମକ ଦୁଇଜଣ ଯୁବକ ନରେନ୍ଦ୍ରଙ୍କ ଗେଙ୍ଗୁଟି ନଦୀପଠା ବାଡିଆଡେ ଯାଇଥିବାବେଳେ ଇଟାଭାଟି ଉପରେ ରଙ୍ଗ ବଦଳାଉଥିବା ଏହି ଏଣ୍ଡୁଅଟିକୁ ଦେଖି ନରେନ୍ଦ୍ରକୁ ଜଣାଇଥିଲେ । ନରେନ୍ଦ୍ର ଓ ସ୍ଥାନୀୟ ବାସିନ୍ଦା ହେମନ୍ତ ନାୟକ ଓ ସଂଜୟ ବାରିକ ଯାଇ ଏଣ୍ଡୁଅଟିକୁ ଉଦ୍ଧାର କରିବା ସହିତ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ । ପରବର୍ତ୍ତୀ ସମୟରେ ସମାଜସେବୀ ବିଶ୍ୱମ୍ବର ରାଉତଙ୍କ ସୂଚନା ପାଇ ଧାମନଗର ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ, ଭଣ୍ଡାରିପୋଖରୀ ସେକ୍ସନ ଫରେଷ୍ଟଗାର୍ଡ ମଧୁସ୍ମିତା ଦାସ, ବନବିଭାଗ ସ୍କ୍ୱାର୍ଡ ଗଧାଧର ଗୋଚ୍ଛାୟତ ଓ ମନୋରଂଜନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଏହି ରଙ୍ଗ ବଦଳାଉଥିବା ଏକଫୁଟ୍ ଲମ୍ବ ୪୫୦ ଗ୍ରାମ ଓଜନର ବିରଳ ଏଣ୍ଡୁଅଟିକୁ ପରୀକ୍ଷା କରିବା ସହିତ ତାହାର ରଙ୍ଗ ବଦଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନରେନ୍ଦ୍ର ବନ ବିଭାଗକୁ ଏହି ଏଣ୍ଡୁଅଟିକୁ ହସ୍ତାନ୍ତର କରିଥିଲେ । ତେବେ ଏହି ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅକୁ ଏକ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି ବନପାଳ ଶ୍ରୀ ବାସ୍କେ ଲୋକଙ୍କୁ କହିବା ସହିତ ନରେନ୍ଦ୍ରଙ୍କର ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...