AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ

 ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ 



ନୂଆଦିଲ୍ଲୀ,୦୧/୦୮: ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ କରାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ତେବେ ଏହି ବିଧେୟକକୁ ବିରୋଧ କରିଥିଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଯେ, ଏହି ବିଧେୟକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୋଧ ଅଟେ, ଏହା ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସହିତ ଜଡିତ। ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ ହେବା ମାତ୍ରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଆମ୍ ଆଦମୀ ପାର୍ଟି ଏହାକୁ ଆଜି ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ ଓ ବେଆଇନ ଡକ୍ୟୁମେଣ୍ଟ ବୋଲି କହିଛି। ସୂଚନାଥାଉକି ତମାମ ମାମଲା ବିଚାର କରିବାକୁ ପୂର୍ବରୁ ଏହାକୁ ସାମ୍ବିଧାନିକ ଖଣ୍ଡପିଠଙ୍କ ପାଖକୁ ପଠାଇଥିଲେ ସୁପ୍ରିମକୋର୍ଟ।


ଆମ୍‌ ଆଦ୍‌ମୀ ପାର୍ଟି ଏହି ବିଧେୟକକୁ ବିରୋଧ କରିବାକୁ ଅନେକ ଦଳଙ୍କ ଠାରୁ ସମର୍ଥନ ମା‌ଗିଥିଲେ। ତେବେ ଲୋକସଭାରେ ଏହି ବିଧେୟକ ଉପସ୍ଥାପିତ ହେବା ପରେ ଆପ୍‌ କହିଥିଲା ଯେ,’ଦିଲ୍ଲୀ ଅଧ୍ୟାଦେଶର ସ୍ଥାନ ନେବାକୁ ଥିବା ବିଧେୟକ ହେଉଛି ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ, ବେଆଇନ ଦଲିଲ। ଜାତୀୟ ରାଜଧାନୀ ଦିଲ୍ଲୀ ସରକାର (ସଂଶୋଧନ) ବିଧେୟକ ୨୦୨୩, ଗଣତନ୍ତ୍ରକୁ ହଟାଇ ହାକିମ ଶାସନ ଲାଗୁ କରିବ ବୋଲି କହିଛି ଆମ୍‌ ଆଦ୍‌ମୀ ପାର୍ଟି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସମସ୍ତ ସଦସ୍ୟ ତଥା ସମ୍ବିଧାନକୁ ସମ୍ମାନ କରୁଥିବା ସଦସ୍ୟମାନେ ଦିଲ୍ଲୀ ସେବା ଅଧ୍ୟାଦେଶର ସ୍ଥାନ ନେବାକୁ ଥିବା ବିଧେୟକକୁ ଦୃଢ଼ ବିରୋଧ କରିବ।’

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...