AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍‌

 ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍‌



ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଆଜି ସକାଳୁ ସକାଳୁ ଘଟିଛି ଅଘଟଣ । ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ନିକଟସ୍ଥ ପୋଖରୀରେ ଏକ କାର୍‌ ପଶି ଯାଇଥିବା ଜଣାଯାଇଛି। ତେବେ କାର୍‌ରେ ଥିବା ୫ ଜଣଙ୍କୁ ସ୍ଥାନୀୟ ଲୋକେ ବହୁ ପରିଶ୍ରମ କରି ବାହାର କରିଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

 ଆଜି ଭୋରୁ ଏକ କାର୍‌ରେ ୫ ଯୁବକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦଳ ପୋଖରୀ ଭିତରେ ପଶି ଯାଇଥିଲା। ଉକ୍ତ ସମୟରେ କାର୍‌ରେ ଥିବା ଯୁବକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିଥିଲେ। ଏହାପରେ ସେମାନେ ବହୁ କଷ୍ଟ କରି କାର୍‌ର କାଚ ଭାଙ୍ଗି ସମସ୍ତ ୫ ଜଣଙ୍କୁ ଉଦ୍ଧାର କରିଥିଲେ।    

ସମସ୍ତଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ୍‌ କିମ୍ବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି। 

ଗତକିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ହେତୁ ସୋରରୁ ଔପଦା ରାସ୍ତାରେ ୫ରୁ ୭ ଫୁଟର ଘାଇ ସୃଷ୍ଟି ହୋଇ ପ୍ରଖର ଗତିରେ ପାଣି ପ୍ରବାହିତ ହେଉଛି। ଫଳରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଔପଦା, ସୋର, ବାହାନଗା, ଖଇରା, ସିମୁଳିଆ ଆଦି ଅଞ୍ଚଳରେ ଗତକାଲିଠୁ ବର୍ଷା ଲାଗି ରହିଛି। କାଂଶବାଂଶ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...