AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ

ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ



ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହ ମିଳିତ ବିରୋଧୀ ମେଣ୍ଟ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ।


ସମ୍ୱାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ରାଜ୍ୟସଭା ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହ ବିରୋଧୀ ମେଣ୍ଟ ଦ୍ୱାରା ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ସଂସଦରେ ବିରୋଧ କରିବ । ଏଥିପାଇଁ ପାର୍ଟି ପକ୍ଷରୁ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଦଳର ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ତିନି ଲାଇନର ହ୍ୱିପ୍ ଜାରି କରାଯାଇଛି’ ।


ୱାଇଏସଆର କଂଗ୍ରେସ ପରେ ଏନଡିଏ ବାହାରେ ଦ୍ୱିତୀୟ ଦଳ ଭାବେ ବିଜେଡି ଦିଲ୍ଲୀ ସର୍ଭିସ୍ ବିଲକୁ ସମର୍ଥନ କରିଛି । ଆମ ଆଦାମୀ ପାର୍ଟି, କଂଗ୍ରେସ ଏବଂ ବିରୋଧୀ ମେଣ୍ଟ ପାଇଁ ଏହା ଏକ ବଡ଼ ଝଟକା । ରାଜ୍ୟସଭାରେ ବିଜେଡିର ୯ ସାଂସଦ ଅଛନ୍ତି । ୱାଇଏସଆର କଂଗ୍ରେସର ମଧ୍ୟ ନଅ ସାଂସଦ ଅଛନ୍ତି । ଦୁଇ ଦଳର ମୋଟ ୧୮ ସାଂସଦ ସମର୍ଥନରେ ବିଧେୟକ ପାରିତ ହେବା ଏକ ପ୍ରକାର ନିଶ୍ଚିତ । ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନଥିବା ସତ୍ତ୍ୱେ ବି ସହଜରେ ସେ ଏହାକୁ ପାରିତ କରିଦେବ । ଆନୁଷ୍ଠାନିକ ଭାବେ ଶାସକ ଦଳ ମେଣ୍ଟର ଅଂଶ ନଥାଇ ମଧ୍ୟ ଦୁଇ ଦଳ ଅଧିଂକାଶ ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ସମର୍ଥନ କରୁଛନ୍ତି । ଏନଡିଏ ପାଖରେ ରାଜ୍ୟସଭାରେ ମୋଟ ୧୦୦ ସାଂସଦ ଅଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...