AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ

କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ



ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ । ଏଥିରେ ୩ଜଣ ଆହତ ହୋଇଥିବା ବେଳେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଏହି କ୍ରେନ୍ । କାମ ଚାଲିଥିବା ବେଳେ ହଠାତ୍‌ କ୍ରେନ୍‌ଟି ଖସପିଡିଥିଲା । ଯାହାଫଳରେ କ୍ରେନ୍ ତଳେ କିଛି ଶ୍ରମିକ ଫସି ରହିଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ଏକାଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏବେ ସୁଦ୍ଧା ଏହି ଦୁର୍ଘଟଣାରେ ମୋଟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ଏବେବି କିଛି ଲୋକ କ୍ରେନ୍‌ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମହାରାଷ୍ଟ୍ର MSRDC ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ୭୦୩ କିଲୋମିଟର ବିଶିଷ୍ଟ ଏହି ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ମୁମ୍ବାଇରୁ ନାଗପୁରକୁ ସଂଯୋଗ କରିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...