AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି

 COASTAL NEWS 377

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩, ମିଶନ ଚନ୍ଦ୍ର ପାଇଁ ବଡ ଦିନ ହେବ ୧୬ ଅଗଷ୍ଟ


 


ନୂଆଦିଲ୍ଲୀ,୧୪।୮: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ମିଶନ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହୋଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ଏବଂ ୧୫୦କି.ମି. x ୧୭୭ କି.ମି. କକ୍ଷପଥରେ ଘୂରି ବୁଲୁଛି। ଇସ୍ରୋ ଟୁଇଟରରେ ଏ ବାବଦରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛି।

ଇସ୍ରୋ ଏକ ଟୁଇଟ୍‌ କରି ଲେଖିଛି, ଚନ୍ଦ୍ରୟାନ-୩ ସଫଳତାପୂର୍ବକ ଚନ୍ଦ୍ରର ନିକଟତମ କକ୍ଷପଥରେ ପହଞ୍ଚିଛି। ଅଗଷ୍ଟ ୧୬ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଆହୁରି ନିକଟତର ହେବ। ଇସ୍ରୋ ଏହାପୂର୍ବରୁ ଏକ ପୋଷ୍ଟ କରି କହିଥିଲା ଯେ, ଅଗଷ୍ଟ ୧୪ରେ ଶେଷ କକ୍ଷପଥ କରିବା ପରେ ପୂର୍ବାହ୍ନ ୧୧.୩୦ ରୁ ୧୨.୩୦ମଧ୍ୟରେ ଚନ୍ଦ୍ର ପୃଷ୍ଠର ଆହୁରି ନିକଟରେ ପହଞ୍ଚିବ। ବର୍ତ୍ତମାନ ଚନ୍ଦ୍ରୟାନ ଚନ୍ଦ୍ର ପୃଷ୍ଠରୁ ୧୪୩୭ କିଲୋମିଟର ଦୂରରେ ଅଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...