AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ

COASTAL NEWS 376

ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ



 ହିମାଚଳ ପ୍ରଦେଶ - ବାଦଲଫଟା ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ । ନିଶ୍ଚିତ ମୃତ୍ୟୁମୁଖରୁ ୬ ଜଣଙ୍କୁ ଉଦ୍ଧାର କରାଗଲା। ଏପରି ଏକ ଅଘଟଣ ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲାନରେ ଘଟିଛି ।

ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ଅସମ୍ଭାଳ ରହିଛି। ଏଥିଯୋଗୁ ବହୁ ରାସ୍ତାରେ ଲ୍ୟାଣ୍ଡସ୍ଲାଇଡ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ବ୍ରିଜ ଧୋଇ ହୋଇ ଯାଇଛି। ରାଜ୍ୟର ବହୁ ନଦୀ ଉଛୁଳି ଥିବା ବେଳେ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଛି।

ପ୍ରବଳ ବର୍ଷା ହେତୁ ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ଆଜି ବନ୍ଦ ଘୋଷଣା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ସମୁଦାୟ ୬୨୧ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାବାଦ ସିମଲା ଓ ଚଣ୍ଡିଗଡ଼କୁ ଯୋଗାଯୋଗ କରୁଥିବା ସିମଲା - କାଲକା ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୨ ସପ୍ତାହ ହେଲାଣି କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଛି ।

ଏହାବାଦ ଋଷିକେଶ- ଚାମ୍ବା ଓ ଋଷିକେଶ-ଦେବପ୍ରୟାଗ ଓ ଶ୍ରୀନଗର ଜାତୀୟ ରାଜପଥ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି। ଏହି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...