AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍

COASTAL NEWS 378

*ବାହାଘର ଉପରେ ଲାଗିପାରେ କଟକଣା । ଲୋକସଭାରେ ଉପସ୍ଥାପିତ ହେଲା ନୂଆ ବିଲ୍



ନୂଆଦିଲ୍ଲୀ - ବାହାଘରରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ଲାଗିପାରେ କଟକଣା । ଏନେଇ ସାଂସଦ ଲୋକସଭାରେ ନୂଆ ବିଲ୍ ଉପସ୍ଥାପନ କରିବା ପରେ ଏହାକୁ ଏନେଇ ଏବେ ଚର୍ଚ୍ଚା । ଏହି ବିଲ ପାରିତ ହେଲେ ହିନ୍ଦୁ ବାହାଘର ଉତ୍ସବ ଉପରେ ଲାଗିଯାଇପାରେ ଏକାଧିକ କଟକଣା ।


ବିଲ୍ ଅନୁସାରେ , ବିବାହ ଉତ୍ସବକୁ ନିମନ୍ତ୍ରୀତ ଅତିଥିଙ୍କ ସଂଖ୍ୟା ୧୦୦ ଭିତରେ ସୀମିତ ରହିବ ।


ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରେସିପି ଉପରେ ମଧ୍ୟ କଟକଣା ଲାଗିବ । ୧୦ରୁ ଅଧିକ ବ୍ୟଞ୍ଜନ ପରଷା ଯାଇପାରିବ ନାହିଁ । ଖାଲି ସେତିକି ନୁହେଁ ନବ ବିବାହିତଙ୍କୁ ଆମନ୍ତ୍ରିତ ଅତିଥି ଉପହାରରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର ଦେଇପରିବେ ନାହିଁ । ଏସବୁ ଦ୍ୱାରା ବାହାଘରରେ ହେଉଥିବା ଅତ୍ୟଧିକ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇପାରିବ ।

ଉପସ୍ଥାପିତ ବିଲର ନାଁ ହେଉଛି 'ସ୍ୱତନ୍ତ୍ର ଅବସରରେ ଖର୍ଚ୍ଚ କାଟ୍ ବିଲ୍ ୨୦୨୦' । ଏଥିରେ ଉଲ୍ଲେଖ ଅଛି ଯେ ଦାମୀ ଉପହାର ବାବଦରେ ଅଯଥା ଅର୍ଥ ଖର୍ଚ୍ଚ ନକରି ବରଂ ଏହାକୁ ଗରୀବ, ଅସହାୟ, ଏବଂ ସମାଜସେବା କରୁଥିବା ସଂଗଠନକୁ ଦାନ କରାଯିବା ଉଚିତ ।


୨୦୨୦ ଜାନୁଆରୀରେ କଂଗ୍ରେସ ସାଂସଦ ଜସବୀର ସିଂହ ଗିଲଙ୍କ ଦ୍ୱାରା ଉପସ୍ଥାପିତ ବିଧେୟକ ଶୁକ୍ରବାର ପୁଣିଥରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା । ପଞ୍ଜାବର ଖଣ୍ଡୁର ସାହିବରୁ ସାଂସଦ ଜସବୀର ସିଂ ଗିଲ୍ କହିଛନ୍ତି ଯେ, ବିବାହରେ ଲୋକଦେଖାଣିଆ ଖର୍ଚ୍ଚକୁ କାଟ କରିବା ଏହି ବିଲର ଉଦ୍ଦେଶ୍ୟ । ଏହାଦ୍ୱାରା ବିଶେଷ କରି କନ୍ୟା ପରିବାର ଆଶ୍ୱସ୍ତ ହେବେ । ସେମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ଲାଘବ ହୋଇପାରିବ । ଏହି ବିଲ୍ ପଛରେ ଥିବା ତର୍କକୁ ବୁଝାଇବାକୁ ଯାଇ ସାଂସଦ କହିଥିଲେ ଯେ, ସେ ଏଭଳି ଅନେକ ଖବର ଶୁଣିଛନ୍ତି ଯେଉଁଠି ଲୋକେ ନିଜ ଝିଅ ବାହାଘର ପାଇଁ ଘର ,ବାଡି , ଜମି ବିକି ଦିଅନ୍ତି ।ଏପରିକି ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ରୁଣ କରିବାକୁ ବି ବାଧ୍ୟ ହୁଅନ୍ତି । ଏସବୁ ଯୋଗୁଁ ଝିଅ ସେମାନଙ୍କୁ ବୋଝ ବୋଲି ମନେହୁଏ । କିନ୍ତୁ ଏହି ବିଲ୍ ପାରିତ ହେଲେ ଏସବୁ ସମସ୍ୟାର ଅନ୍ତ ଘଟିବ । କନ୍ୟା ରତ୍ନକୁ ଆଉ କେହି ବୋଝ ବୋଲି ଭାବିବେ ନାହିଁ କି ଦେଶରେ କନ୍ୟା ଭ୍ରୁଣ ହତ୍ୟା ମଧ୍ୟ କମିଯିବ' ।


କଂଗ୍ରେସ ସାଂସଦ ଯଶବୀର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ' ୨୦୧୯ରେ ସେ ଫଗୱାଡାରେ ହେଉଥିବା ଏକ ବିବାହ ଭୋଜିକୁ ଯାଇଥିଲେ । ସେଠାରେ ୨୮୫ ପ୍ରକାର ବ୍ୟଞ୍ଜନର ଟ୍ରେନ ରଖାଯାଇଥିଲା । ହେଲେ ସେଥିରୁ ୧୨୯ ପ୍ରକାର ବ୍ୟଞ୍ଜନ ଟ୍ରେରେ କାହାରି ହାତ ବାଜିନଥିଲା । ସେସବୁ ନଷ୍ଟ ହୋଇଥିଲା । ସେହି ସମୟରେ ହିଁ ତାଙ୍କ ମନକୁ ଏହି ବିବାହ ସମ୍ପର୍କୀତ ବିଲ୍ କଥା ଆସିଥିଲା । ଏହି ବିଲରେ ଯାହା ଉଲ୍ଲେଖ ଅଛି ପ୍ରଥମେ ତାକୁ ନିଜ ପରିବାର ଉପରେ ଲାଗୁ କରିଛନ୍ତି ସାଂସଦ ଯଶବୀର ସିଂ । ନିଜ ପୁଅ ଓ ଝିଅ ବିବାହକୁ କେବଳ ୩୦ରୁ ୪୦ ଅତିଥିଙ୍କୁ ସେ ନିମନ୍ତ୍ରଣ କରିଥିଲେ ।


ତେବେ ସାଂସଦରେ ଏଭଳି ବିଲ ଆସିବାରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ୨୦୧୭ରେ ଏଭଳି ବିଲ୍ ଆଗତ କରିଥିଲେ ଉତ୍ତର ମୁମ୍ବାଇର ବିଜେପି ସାଂସଦ ଥିବା ଗୋପାଳ ଚିନ୍ନୟା ଶେଟ୍ଟି । ସେହିବର୍ଷ ଫେବୃୟାରୀରେ ମଧ୍ୟ କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ । ଯଦି କେହି ବାହାଘରରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ କରନ୍ତି ସେଥିରୁ ୧୦ ପ୍ରତିଶତ ଗରିବ ପରିବାରର ଝିଅର ବିବାହ ପାଇଁ ଦାନ କରିବାକୁ ନିର୍ଦ୍ଦେଶ ଥିଲା । ହେଲେ ବିଲ ପାରିତ ହୋଇପାରିନଥିଲା । ଏବେ ପୁଣି ଏହି ବିଲ ଉପରେ ନଜର ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...