AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଖେଳୁଛି ନୂଆ ନୂଆ ଚାଲାକି।

 COASTAL NEWS 407

କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ର ଖେଳୁଛି ନୂଆ ନୂଆ ଚାଲାକି। 



କୋରାପୁଟ - ଆଦୌ ମାନୁନି ଆନ୍ଧ୍ର।। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଚାଲ୍। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଧୂଳିପଦରରେ ଆନ୍ଧ୍ର ତିଆରି କରିଛି ତେଲୁଗୁ ଫଳକ। ଯେଉଁଥିରେ ତେଲୁଗୁ ଭାଷାରେ ଲେଖାଯାଇଛି ଯେ, କେନ୍ଦ୍ରର ମନେରେଗା ଯୋଜନା ସହ ଜମି, ଜଳ, ଜଙ୍ଗଲ ସବୁ ତୁମର। ଏହାର ସୁରକ୍ଷା ତୁମ ହାତରେ ବୋଲି ଆନ୍ଧ୍ର ପ୍ରଶାସନ ତରଫରୁ ଲେଖାଯାଇଛି।

ଗତ ଶନିବାର ସନ୍ଧ୍ୟା ସମୟରେ ଧୂଳିପଦରରେ ଆନ୍ଧ୍ର ଅଧିକାରୀ ପହଞ୍ଚି ବୋର୍ଡଟିକୁ ନିର୍ମାଣ କରିଥିଲେ। ସେଥିରେ କେନ୍ଦ୍ରର ଯୋଜନା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି। ତେବେ ଆନ୍ଧ୍ର ଏବଂ କେନ୍ଦ୍ରର ମିଳିତ ଲେଖା ଦେଖି କୋଟିଆକୁ ହାତେଇବା ପାଇ ଆନ୍ଧ୍ରର ଏହା ନୂଆ ଚାଲ୍ ବୋଲି କହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ। 

ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମଲ କହିଛନ୍ତି, ଆନ୍ଧ୍ରର ଏପରି କାମକୁ ମୁଁ ନିନ୍ଦା କରୁଛି। ଆନ୍ଧ୍ର କୋଟିଆକୁ ଅକ୍ତିଆର କରିବାକୁ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରୁଛି।ତଥାପି 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...