AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ଜିଲ୍ଲା ଦାବିରେ ଟିଟିଲାଗଡ଼ ବନ୍ଦ

 COASTAL NEWS 406

ଜିଲ୍ଲା ଦାବିରେ ଟିଟିଲାଗଡ଼ ବନ୍ଦ




 

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲ୍ଲା ଦାବି ନେଇ ଆଜି ବନ୍ଦ ଡାକରା କ୍ରମେ ସହରରେ ଜୀବନ ଯାତ୍ରା ଠପ ହୋଇପଡିଛି l ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ନେଇ ସମସ୍ତ ଯାନ ଚଳାଚଳ ବନ୍ଦ ରହିଛି । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ କଚେରୀ ଛକ ନିକଟରେ ଟାୟାର ଜାଳି ଜାତୀୟ ରାଜପଥ ୫୯କୁ ବନ୍ଦ କରିଛନ୍ତି । ୩୧ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ନେଇ ଦାବି ହୋଇ ଆସୁଥିବାବେଳେ ବର୍ତ୍ତମାନ ପୁଣି ଥରେ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କ ସହର ଅଶାନ୍ତ ହୋଇଛି । ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ଏହି ବନ୍ଦ ଡାକରାରେ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହକ ମହେଶ ମହାନ୍ତି, ବରିଷ୍ଠ ସଂଗ୍ରାମୀ ରାଜୁ ମିଶ୍ର, ଘିନୁ ଆଡଜୁଆଡ଼, ଡମ୍ବରୁ ଛତ୍ରିଆ, ସନ୍ତୋଷ ପଧାନ, ଦେବାନନ୍ଦ ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ, ତୁଳସୀ ସାହୁ, ମୁକେଶ ଜୈନ, ବୀରେନ୍ଦ୍ର ବାଗ, ଆଲୋକ ନାୟକ ପବିତ୍ର ସାହୁ ପ୍ରମୁଖ ଶତାଧିକ ସଂଖ୍ୟାରେ ବନ୍ଦରେ ସାମିଲ ହୋଇଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...