AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3

 COASTAL NEWS 408


ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3


 

ଇସ୍ରୋର ମୁନ୍ ମିଶନ ସ୍ୱପ୍ନ ଦିଗରେ ଅଗ୍ରସର ହେଉଛି ଚନ୍ଦ୍ରଯାନ-3। ଆଜି ଏହି ମିଶନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବ। ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଆଜି ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସୋପାନ ଅତିକ୍ରମ କରିବା ପରେ ଆସନ୍ତା 23ରେ ଲ୍ୟାଣ୍ଡର୍ ଏବଂ ରୋଭର, ପ୍ରଜ୍ଞାନ୍ ଚନ୍ଦ୍ରରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ଯଦି ସଫଳ ଅବତରଣ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।

 

ତେବେ ଆଜି ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସ୍ପେସକ୍ରାଫ୍ଟରୁ ଅଲଗା ହେବା ପରେ ପ୍ରଜ୍ଞାନ୍ ରୋଭରର ଚିତ୍ର ଉତ୍ତୋଳନ କରିବ। ପ୍ରଜ୍ଞାନ ରୋଭରରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖିବା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଛି। ବିକ୍ରମ ଲ୍ୟାଣ୍ଡର ଏ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାରେ ସହଯୋଗ କରିବ। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରାୟନ-3 ଗତକାଲି ଏହାର ପଞ୍ଚମ ତଥା ଅନ୍ତିମ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ସମାପ୍ତ କରିଥିଲା। ଗତକାଲି, ଇସ୍ରୋ ସଫଳତାର ସହିତ ଚନ୍ଦ୍ରଯାନ-3 ମହାକାଶଯାନକୁ ଚନ୍ଦ୍ରର ଚାରିପାଖରେ 153 କିମିx163କିମି ବୃତ୍ତାକାର କକ୍ଷପଥରେ ସ୍ଥାନିତ କରିଛି।

ଏହି ପ୍ରକ୍ରିୟା ଶେଷ ହେବା ପରେ ସ୍ପେସକ୍ରାଫ୍ଟ ଚନ୍ଦ୍ର ପୃଷ୍ଠକୁ ଆହୁରି ନିକଟତର ହୋଇଛି। ଏହାପରେ ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିକ୍ରମ ଲ୍ୟାଣ୍ଡର୍ ମହାକାଶଯାନଠାରୁ ଅଲଗା ହେବା ପରେ, ପ୍ରପଲସନ୍ ମଡ୍ୟୁଲ୍ ସମାନ କକ୍ଷପଥରେ ଏହାର ଯାତ୍ରା ଜାରି ରଖିବ। ଏହାର ଠିକ୍ 7 ଦିନ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ୍ ଲ୍ୟାଣ୍ଡିଂ କରିବାର ଆଶା କରାଯାଉଛି।

ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...