AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

IND vs ENG: ଏହି ୪ ଜଣ ହିଁ ଭାରତକୁ ଜିତାଇଲେ, ନଚେତ୍ ନିଶ୍ଚିତ ହାରିଥାନ୍ତା ଟିମ୍ ଇଣ୍ଡିଆ

IND vs ENG: ଏହି ୪ ଜଣ ହିଁ ଭାରତକୁ ଜିତାଇଲେ, ନଚେତ୍ ନିଶ୍ଚିତ ହାରିଥାନ୍ତା ଟିମ୍ ଇଣ୍ଡିଆ

IND vs ENG: ୫ମ ଟେଷ୍ଟ ମ୍ୟାଚ୍ ବିଜୟ ପଛରେ ୪ ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦୁଇ ଜଣ ବୋଲିଂ ତ ଆଉ ଦୁଇ ଜଣ ବ୍ୟାଟିଂରେ କରିଥିଲେ କମାଲ । 

IND vs ENG: ସମସ୍ତେ ଭାବିଥିଲେ ଭାରତ ମ୍ୟାଚ୍ ହାରିବା ଥୟ । ଇଂଲଣ୍ଡକୁ ଜିତିବାକୁ କମ୍‌ ରନ ଆବଶ୍ୟକ ଥିଲା । ଆଉ ହାତରେ ଓ୍ବିକେଟ ବି ଥିଲା । କିନ୍ତୁ ସବୁକିଛି ଓଲଟପାଲଟ କରିଦେଲେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା । ନିଶ୍ଚିତ ହାରିବା ମ୍ୟାଚ୍‌କୁ ବିଜୟରେ ପରିଣତ କରିଦେଲେ ଭାରତର ଦୁଇ ଷ୍ଟାର ବୋଲର ।

କୁହାଯାଏ ଟେଷ୍ଟ କ୍ରିକେଟ ସବୁଠୁ ବୋରିଂ । କିନ୍ତୁ ନା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ବୋଧ୍‌ ହୁଏ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍‌ ନଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ସମସ୍ତଙ୍କୁ ବିସ୍ମିତ କରିଛି । ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ବିଜୟରେ ବଦଳାଇ ଦେଇଛି ଭାରତ ।

IND vs ENG Test Series: ନିଶ୍ଚିତ ପରାଜୟ ମ୍ୟାଚକୁ ବିଜୟରେ ବଦଳାଇ ଦେଇଥିଲା ଟିମ୍ ଇଣ୍ଡିଆ । ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜଙ୍କ ଐତିହାସିକ ବୋଲିଂ ଭାରତକୁ ଐତିହାସିକ ବିଜୟ ଭେଟି ଦେଇଛି । ଟେଷ୍ଟ କ୍ରିକେଟ ବି ଏତେ ରୋମାଞ୍ଚକର ଏବଂ ଚିତ୍ତାକର୍ଷକ ହୋଇପାରେ ତାହା ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‌ରୁ ହିଁ ପ୍ରମାଣିତ ହୋଇଛି ।

India vs England: ୫ମ ଟେଷ୍ଟରେ ଇଂଲଣ୍ଡକୁ ମାତ୍ର ୬ ରନ୍‌ରେ ପରାସ୍ତ କରି ସିରିଜ୍‌କୁ ୨-୨ରେ ବରାବର କରିଛି ଭାରତୀୟ ଦଳ । ଆଉ ଶେଷ ପର୍ଯ୍ୟନ୍ତ ଲଢେଇ କରି ଘରୋଇ ଇଂଲଣ୍ଡ ପରାସ୍ତ ହେବା ସହିତ ସିରିଜ ବି ହାତ ଛଡା କରିଛି l

ମ୍ୟାଚ୍‌ ବିଜୟ ସହିତ ସିରିଜ ବିଜୟ ପାଇଁ ଇଂଲଣ୍ଡକୁ ୨ୟ ଇନିଂସରେ ୩୭୪ ରନ୍ ଆବଶ୍ୟକତା ଥିବା ବେଳେ ଦଳ ୩୬୪ ରନ୍‌ରେ ଅଲଆଉଟ ହୋଇଯାଇଛି । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଚିତ୍ତାକର୍ଷକ ବୋଲିଂ ଇଂଲଣ୍ଡର ପୂରା ବ୍ୟାଟିଂକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...