AFFILIATE MARKETING

https://binomo.com?a=90810425bb57&t=0

Monday, August 7, 2023

ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡ ରେ

 ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡ ରେ 



କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଓ ଭଙ୍ଗାରୁଜା ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ। କେଉଁ କାରଣ ପାଇଁ ଏଭଳି ଉଗ୍ର ରୂପ ନେଲା ଆନ୍ଦୋଳନ ତା’କୁ ନେଇ ଉଠିଛି ପ୍ରଶ୍ନ। ପୁଲିସ୍‌ ବିରୋଧରେ ଥିବା ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ନା ଗଞ୍ଜେଇ ମାଫିଆଙ୍କ ଷଡ଼ଯନ୍ତ୍ର ଯୋଗୁ ଏତେ ବଡ଼ ଘଟଣା ଘଟିଲା?

ଥାନାରେ ଲଙ୍କାକାଣ୍ଡ ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଛି। ପୁଲିସ୍‌ ୩୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଆଜିଠୁ ଜେଲ ମଧ୍ୟ ଯାଇଛନ୍ତି। ଶନିବାର ଆନ୍ଦୋଳନକାରୀଙ୍କ ପାଖାପାଖି ଦେଢ଼ଘଣ୍ଟାର ଉଗ୍ରତାଣ୍ଡବ ପରେ ଛିନଛତ୍ର ହୋଇଯାଇଛି ଫିରିଙ୍ଗି ଥାନା।

ଟେବୁଲ, ଚୌକି, ଆସବାବ ପତ୍ର ପାଖାପାଖି ୮୦ ପ୍ରତିଶତ ପୋଡ଼ି ପାଉଁଶ ହୋଇଯାଇଛି। ଯେଉଁ ଗଞ୍ଜେଇ ପାଇଁ ଏତେବଡ଼ କାଣ୍ଡ ଘଟିଲା ଆଜି ମାଲଖାନାରେ ଥିବା ସେହି ଗଞ୍ଜେଇରୁ ସକାଳ ଯାଏ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। କାଲିର ଲଙ୍କାକାଣ୍ଡ ପରେ ଆଜି ଫିରିଙ୍ଗିଆ ବଜାର ପୂରା ଶୂନଶାନ୍। ଉତ୍ତେଜନା ପ୍ରଶମିତ ହୋଇଥିଲେ ବି ଭୟ ପାଇଁ ଆଜି ଦୋକାନ ବଜାର ବନ୍ଦ ରଖିଛି ବ୍ୟବସାୟୀ ସଂଘ।

ଏହାକୁ ଲିଭାଇ ପୁଲିସ୍‌ ପୁଣି ଥାନାକୁ କାର୍ଯ୍ୟକ୍ଷମ କରାଇବାର ପ୍ରୟାସ ଆରମ୍ଭ କରିଛି। ଏଥିସହ କାଲିର ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେଇଛି। ଏହାବାଦ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣର ଅଭିଯୋଗ ଫସିଥିବା ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ଆଇଆଇସି ତପନ କୁମାର ନାହାକଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ବଦଳି କରାଯାଇଛି।

ଏଥିସହ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ ସହ ଗଞ୍ଜେଇ ଚାଲାଣ ଅଭିଯୋଗର ବି ତଦନ୍ତ ହେବ ବୋଲି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି। ଭାଇରାଲ ହୋଇଥିବା ଗୋଟିଏ ଭିଡିଓ ପାଇଁ ହିଁ ଫିରିଙ୍ଗି ଥାନା ପୋଡ଼ି ପାଉଁଶ ହୋଇଯାଇଛି। ଗତ ୩ ତାରିଖ ରାତି ପ୍ରାୟ ୩ଟା ବେଳେ ଆଇଆଇସିଙ୍କ ଜାଣନ୍ତରେ ଥାନା ଗାଡ଼ିରେ ଦୁଇ ଜଣ ହୋମଗାର୍ଡ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି। 

ହେଲେ ଏ ଗାଡ଼ିକୁ ଧରି ସ୍ଥାନୀୟ ଲୋକ ପୁଲିସର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ଏହା ସତ୍ତ୍ୱେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହା ବିରୋଧରେ ଶନିବାର ପ୍ରଥମେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିଲେ। ଆଉ ତା’ ପରେ ହଠାତ୍ ଭିଡ଼ ଉଗ୍ର ହୋଇ ଥାନା ଉପରେ ଆକ୍ରମଣ କରିଥିଲେ।

କେବଳ ଏତିକି ନୁହେଁ, ଗଞ୍ଜେଇ ଚାଲାଣରେ ପୂର୍ବରୁ ଫିରିଙ୍ଗିଆ ପୁଲିସ ସଂପୃକ୍ତିର ରେକର୍ଡ ବି ଭଲ ନୁହେଁ। କାରଣ ୨୦୧୪ରେ ଫିରିଙ୍ଗିଆ ଥାନାର ଦୁଇ ଜଣ ପୁଲିସ ଏଏସ୍ଆଇ, ଦୁଇଜଣ କନେଷ୍ଟବଳ ଗିରଫ ହୋଇଥିଲା ବେଳେ ୨୦୨୦ରେ ମଧ୍ୟ ଅନୁରୂପ ଅଭିଯୋଗରେ ଫିରିଙ୍ଗିଆ ଥାନାର ୩ ଜଣ କନେଷ୍ଟବଳଙ୍କୁ ଗିରଫ କରାଯାଇଥିଲା।

ତେଣୁ ଗଞ୍ଜେଇ ଚାଲାଣର ହବ୍ କୁହାଯାଉଥିବା ଏ ଅଞ୍ଚଳରୁ ପୁଲିସ ମାଫିଆଙ୍କଠାରୁ ଜବତ କରୁଥିବା ଗଞ୍ଜେଇକୁ ନିଜେ ବିକ୍ରି କରୁଥିବା ସନ୍ଦେହ ହିଁ ଏଭଳି ଲଙ୍କାକାଣ୍ଡ ପଛର କାରଣ ବୋଲି କୁହାଯାଉଛି। ତେବେ ଗତକାଲିର ଏ ଘଟଣା ଏତେ ବଡ଼ ରୂପ ନେବା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ଥିବା ବି ସନ୍ଦେହ କରାଯାଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...