AFFILIATE MARKETING

https://binomo.com?a=90810425bb57&t=0

Monday, August 7, 2023

ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ ଦିଲ୍ଲୀ ସେବା ବିଲ୍

 ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ  ଦିଲ୍ଲୀ ସେବା ବିଲ୍



ନୂଆଦିଲ୍ଲୀ - ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭା ସାଂସଦମାନଙ୍କୁ ଆଜି ପୂର୍ବାହ୍ନ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ସୁନିଶ୍ଚିତ ଉପସ୍ଥିତ ରହିବା ପାଇଁ କହିଛନ୍ତି ।

ଏହି ହ୍ୱିପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିବା ଲାଗି ପରାମର୍ଶ ଦିଆଯାଇଛି । ଆଜି ରାଜ୍ୟସଭାରେ ବିରୋଧୀ ଇଣ୍ଡିଆ ମେଂଟର ସମସ୍ତ ସାଂସଦ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପକ୍ଷରେ ବିଲ ଆଗତ ହେବା ପୂର୍ବରୁ ଇଣ୍ଡିଆ ମେଂଟର ନେତାମାନେ ବିରୋଧୀ ଦଳ ନେତାଙ୍କ ରାଜ୍ୟସଭା କାର୍ଯ୍ୟାଳୟ ପରିସରରେ ଏକ ବୈଠକରେ ସାମିଲ ହେବେ । ସେଠାରେ ବିଲ୍ ସଂପର୍କରେ ରଣନୀତି ପ୍ରସ୍ତୁତ ହେବ । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟଦାନ ହେବାର ସମ୍ଭାବନା ରହିଛି ।

ଏନଡିଏରେ ନଥାଇ ମଧ୍ୟ ଏହି ବିଲକୁ ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ ଏବଂ ଟିଡିପି ସମର୍ଥନ ଦେଇଛନ୍ତି । ଏହି ବିଲ ଆଜି ରାଜ୍ୟସଭାରେ ପାରିତ ହେଲେ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କ ହାତରେ ରହିବ । ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହି କ୍ଷମତା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ଆଣିଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...