AFFILIATE MARKETING

https://binomo.com?a=90810425bb57&t=0

Monday, August 7, 2023

ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ ଦିଲ୍ଲୀ ସେବା ବିଲ୍

 ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିବେ  ଦିଲ୍ଲୀ ସେବା ବିଲ୍



ନୂଆଦିଲ୍ଲୀ - ଆଜି ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ । କଂଗ୍ରେସ ଏବଂ ଆପ୍ ପକ୍ଷରୁ ସଂସଦରେ ଉପସ୍ଥିତ ରହିବା ନେଇ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି । ଆପ୍ ପକ୍ଷରୁ ମୁଖ୍ୟ ସଚେତକ ସୁଶୀଲ କୁମାର ଗୁପ୍ତା ହ୍ୱିପ୍ ଜାରି କରି ରାଜ୍ୟସଭା ସାଂସଦମାନଙ୍କୁ ଆଜି ପୂର୍ବାହ୍ନ ୧୧ଟାରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ସୁନିଶ୍ଚିତ ଉପସ୍ଥିତ ରହିବା ପାଇଁ କହିଛନ୍ତି ।

ଏହି ହ୍ୱିପକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରିବା ଲାଗି ପରାମର୍ଶ ଦିଆଯାଇଛି । ଆଜି ରାଜ୍ୟସଭାରେ ବିରୋଧୀ ଇଣ୍ଡିଆ ମେଂଟର ସମସ୍ତ ସାଂସଦ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିବେ । ଅନ୍ୟପକ୍ଷରେ ବିଲ ଆଗତ ହେବା ପୂର୍ବରୁ ଇଣ୍ଡିଆ ମେଂଟର ନେତାମାନେ ବିରୋଧୀ ଦଳ ନେତାଙ୍କ ରାଜ୍ୟସଭା କାର୍ଯ୍ୟାଳୟ ପରିସରରେ ଏକ ବୈଠକରେ ସାମିଲ ହେବେ । ସେଠାରେ ବିଲ୍ ସଂପର୍କରେ ରଣନୀତି ପ୍ରସ୍ତୁତ ହେବ । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ଉପରେ ଭୋଟଦାନ ହେବାର ସମ୍ଭାବନା ରହିଛି ।

ଏନଡିଏରେ ନଥାଇ ମଧ୍ୟ ଏହି ବିଲକୁ ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ ଏବଂ ଟିଡିପି ସମର୍ଥନ ଦେଇଛନ୍ତି । ଏହି ବିଲ ଆଜି ରାଜ୍ୟସଭାରେ ପାରିତ ହେଲେ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳଙ୍କ ହାତରେ ରହିବ । ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ହାତରେ ଏହି କ୍ଷମତା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ଆଣିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...