AFFILIATE MARKETING

https://binomo.com?a=90810425bb57&t=0

Wednesday, August 16, 2023

ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା ବାପା

COASTAL NEWS 395

ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା ବାପା 



ପଞ୍ଜାବ - ଯେଉଁ ବାପା ଦୁନିଆ ଦେଖାଇଥିଲା, ହାତ ଧରି ଚାଲି ଶିଖାଇଥିଲା, ସିଏ ପାଲଟିଗଲା ରାକ୍ଷାସ । ମାତ୍ର ୩ ବର୍ଷର ଛୁଆକୁ ଛୁରୀ ଭୁଶି ହତ୍ୟା କରି କେନାଲକୁ ଫୋପାଡ଼ି ଦେଲା। ଆଉ ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ରଚିଲା ଅପହରଣ ନାଟକ । ହେଲେ ଶେଷରେ ପୁଲିସ୍‌ ହାତରେ ଧରାପଡ଼ିଥିବା ବ୍ୟକ୍ତିଜଣକ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ପଞ୍ଜାବରେ ଘଟିଛି।

ଆଙ୍ଗରେଜ ସିଂ ନାମକ ବ୍ୟକ୍ତି ଗତ ସୋମବାର ନିଜ ୩ ବର୍ଷର ପୁଅକୁ ଧରି ନିକଟସ୍ଥ ଗୁରୁଦ୍ୱାରକୁ ଯାଇଥିଲେ। ଏହାପରେ ସେ ପୁଲିସ୍‌ ନିକଟରେ ଅଭିଯୋଗ କଲେ ଯେ, କିଛି ଲୋକ ତାଙ୍କ ଫୋନ୍‌ ଲୁଟି ନେବା ସହ ତାଙ୍କ ପୁଅକୁ ଅପହରଣ କରି ନେଇଛନ୍ତି।

ଏହାପରେ ପିଲାଟିକୁ ଉଦ୍ଧାର କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କଲା। ଇତି ମଧ୍ୟରେ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ତାଙ୍କ କଥାରେ ତାଳମେଳ ରହିଲା ନାହିଁ। ଏହାପରେ ପୁଲିସ୍‌ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ କଥା ମାନିଗଲେ।

ଏପରିକି ସେ ନିଜ ହାତରେ ଛୁରୀ ଭୁଶି ନିଜ ପୁଅକୁ ହତ୍ୟା କରି ନିକଟସ୍ଥ କେନାଲରେ ଫୋପାଡ଼ି ଦେଇଥିବା କହିଥିଲେ। ପୁଲିସ୍‌ କେନାଲରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିବା ସହ ଆଙ୍ଗରେଜ ସିଂଙ୍କ ଫୋନ୍‌ ବି ଜବତ କରିଛି।

ବ୍ୟକ୍ତିଜଣକ କାହିଁକି ଏତେ ନିଷ୍ଠୁର ପାଲଟି ନିଜ ହାତରେ ନିଜ ପିଲାର ଜୀବନ ନେଲେ ତାହା ପଛର କାରଣ ସ୍ପଷ୍ଟ ହୋଇନି। ପୁଲିସ୍‌ ଆଙ୍ଗରେଜ ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...