AFFILIATE MARKETING

https://binomo.com?a=90810425bb57&t=0

Wednesday, August 16, 2023

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ

COASTAL NEWS 394

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ 



ଭୁବନେଶ୍ୱର  :  କିଛି ଦିନର ନୀରବତା ପରେ ପୁଣି ଥରେ ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷା ହେବ । ୪ଦିନ ପ୍ରବଳ ବର୍ଷା ନେଇ ଆଳର୍ଟ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ

ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଉ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ଆସନ୍ତାକାଲି ବଢ଼ିବ ବର୍ଷାର ବିସ୍ତୃତି । କାଲି ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ଏଥିରୁ ଦୁଇଟି ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ । ୧୮ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ଏଥିପାଇଁ ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ଓ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୯ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ଗତ କିଛି ଦିନ ହେବ ମୌସୁମୀର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷା ହୋଇନି । ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮.୨ ମିଲିମିଟରବୃଷ୍ଟିପାତ ରେକର୍ଡ ହୋଇଛି । ଯାହା ସ୍ବାଭାବିକ ପରିମାଣ ୭୩୭.୧ ମିଲିମଟର ତୁଳନାରେ ୯ ପ୍ରତିଶତ କମ୍ । ଏହାରି ଭିତରେ ୧୧ ଜିଲ୍ଲାରେ ନିଅଣ୍ଟିଆ ଓ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । କେବଳ ବୌଦ୍ଧ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...