AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ।

 COASTAL NEWS 412

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ



ଭୁବନେଶ୍ବର  : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ ।

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ ।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...