AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି

 COASTAL NEWS 411

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି 



ଆଫ୍ରିକା - ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଫଳରେ ଅତିକମରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଆଇଲାଣ୍ଡ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିଛି। ଏଥିରେ ୧୦୦ ଲୋକ ରହିଥିଲେ । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଥିରୁ ୩୮ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଜୀବିତ ଥିବା ଲୋକଙ୍କ ମଧ୍ୟରେ ୧୨-୧୬ ବର୍ଷର ପିଲା ରହିଛନ୍ତି ।

ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେ ଆଇଲାଣ୍ଡରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା । ଜୁଲାଇ ୧୦ ତାରିଖ ଡଙ୍ଗାଟି ୧୦୦ ଯାତ୍ରୀଙ୍କୁ ଧରି ବାହାରିଥିଲା ବୋଲି ଜୀବିତ ଥିବା ପିଲାମାନେ କହିଛନ୍ତି । ତେବେ ଘଟଣା କେତେ ବେଳେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ନିକଟରେ ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା  ।  ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।  ହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ । ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ପବନ ଯୋଗୁ ମୋଟର ବୋଟ ଦୋହଲିଯାଇଥିଲା । ଆଉ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ଫଳରେ ଡଙ୍ଗାଟି ଓଲଟି ପଡିଥିଲା ।


No comments:

COASTAL NEWS

ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୫ ICC ଆଇ ସି ସି ମହିଳା ବିଶ୍ୱକପ୍ ଜିତି ଇତିହାସ ରଚିଛି The Indian women's cricket team has created history by winning the 2025 ICC Women's World Cup

କୋଷ୍ଟାଲ ନ୍ୟୁଜ ଓଡ଼ିଆ: ଭାରତୀୟ ମହିଳା କ୍ରିକେଟ୍ ଦଳର ବିଶ୍ୱକପ୍ ବିଜୟ ଉତ୍ସବ ନମସ୍କାର! ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ନ୍ୟୁଜ୍ ଚ୍ୟାନେଲ୍...