AFFILIATE MARKETING

https://binomo.com?a=90810425bb57&t=0

Wednesday, August 9, 2023

୨ ଜଣ ଝିଅଙ୍କ ପ୍ରେମ କାହାଣୀ

 ୨ ଜଣ ଝିଅଙ୍କ ପ୍ରେମ କାହାଣୀ



ସିଓଲ: ନିକଟରେ ୨ ଜଣ ଝିଅଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହେଁ କିଛି ବର୍ଷ ତଳେ ବିବାହ କରିଥିବାବେଳେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ଫଟୋ ଶେୟାର କରିଛନ୍ତି। ସେମାନଙ୍କ ପାଇଁ ଏହା ଅତି ସହଜ ନ ଥିଲା। ଘରର କଟକଣା, ସମାଜର ପ୍ରତିବନ୍ଧକ ସହି ନ ପାରି ସେମାନଙ୍କୁ ପିଲା ଜନ୍ମ କରିବାକୁ ଅନ୍ୟ ଏକ ଦେଶକୁ ଯିବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଦକ୍ଷିଣ କୋରିଆର ବାସିନ୍ଦା କିମ୍‌ କ୍ୟୁ-ଜିନ୍‌ ଏବଂ କିମ୍‌ ସେ-ୟେନ ନାମକ ୨ ଜଣ ସମଲିଙ୍ଗୀ। ସେମାନେ ୨୦୧୯ରେ ବିବାହ କରିଥିଲେ। ହେଲେ ଏବେ ତାଙ୍କ ପିଲା ଜନ୍ମ ପାଇଁ ନିୟମକାନୁନ ତାଙ୍କୁ ବାଧା ଦେଉଛି; ଯେଉଁଥିପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଛାଡ଼ି ବେଲଜିୟମ୍‌ ଯିବାକୁ ପଡ଼ିଛି। ପ୍ରକୃତରେ ଦକ୍ଷିଣ କୋରିଆ ତାଙ୍କ ବିବାହକୁ ମାନ୍ୟତା ଦେଇନାହିଁ। ସମଲିଙ୍ଗୀ ଯୋଡ଼ିଙ୍କ ବିବାହକୁ ପଞ୍ଜୀକରଣ କରିବାକୁ ମନା କରିଦିଆଗଲା। ତେବେ ଦୁହିଁଙ୍କ ବିବାହ ନ୍ୟୁୟର୍କରେ ପଞ୍ଜୀକୃତ ହୋଇଛି। ଏହାପରେ ବିବାହର କିଛି ବର୍ଷ ପରେ ସେମାନେ ପିଲା ପାଇଁ ପ୍ରସ୍ତୁତ ହେଲେ। ସେଥିପାଇଁ ଦୁହିଁଙ୍କୁ ଦେଶ ଭିତରେ ଅନୁମତି ମିଳିଲାନାହିଁ। ଦକ୍ଷିଣ କୋରିଆରେ ଶୁକ୍ରାଣୁ ବ୍ୟାଙ୍କ ମଧ୍ୟ ସେମାନଙ୍କ ପାଇଁ ଅନୁମତି ଦେଲେ ନାହିଁ। କିମ୍‌ କ୍ୟୁ-ଜିନ୍‌ ବେଲଜିୟମ୍‌ର ଜଣେ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଗର୍ଭଧାରଣ କରିଛନ୍ତି। ଏବେ ତାଙ୍କ ଗର୍ଭଧାରଣକୁ ୮ ମାସ ହେଲାଣି। ସେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) ପ୍ରଣାଳୀରେ ମା’ ହେବାକୁ ଯାଉଛନ୍ତି। ଦୁହେଁ ଦେଶରେ ସମଲିଙ୍ଗୀଭିତ୍ତିକ ପିତୃତ୍ୱ ବାବଦରେ ସଚେତନତା ବଢ଼ାଇବାକୁ ସେମାନଙ୍କ ଗର୍ଭାବସ୍ଥାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ ଦକ୍ଷିଣ କୋରିଆର ସେହି ହସ୍ପିଟାଲରେ ତାଙ୍କ ପିଲା ଜନ୍ମଦେବାକୁ ଚାହୁଁଛନ୍ତି, ଯେଉଁଠାରେ ତାଙ୍କ ସ୍ତ୍ରୀ ୟେନ ଡାକ୍ତର ଅଛନ୍ତି। ତାଙ୍କ ମା’ ସହ ପିଲା ମଧ୍ୟ ସୁସ୍ଥ ରହିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ପିଲା ଜନ୍ମହେବା ପରେ ଦକ୍ଷିଣ କୋରିଆରେ ସେମାନେ ପିଲାର ନିୟମଗତ ମାତା ହେବେ ନାହିଁ। ସେଥିପାଇଁ ସେମାନେ ଦେଶ ବାହାରେ ରହିବାକୁ ଇଚ୍ଛା କରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...