AFFILIATE MARKETING

https://binomo.com?a=90810425bb57&t=0

Sunday, July 20, 2025

ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

ଡାକ୍ତରୀ ଟିମ୍ ସହ ପରିବାର ଲୋକଙ୍କ ଆଲୋଚନା ସରିଛି। ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ।

କାଗଜ ପତ୍ର କାମ ସରିଛି, ଆଉ କିଛି ଘଣ୍ଟା ମଧ୍ୟରେ ଏୟାର ଲିଫ୍ଟ

ଭୁବନେଶ୍ୱର, ୨୦/୦୭: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ। କାଗଜ ପତ୍ର କାମ ସରିଛି। ଆଉ କିଛି ଘଣ୍ଟା ମଧ୍ୟରେ ଏୟାର ଲିଫ୍ଟ ହେବେ ପୀଡ଼ିତା। ଏ ନେଇ ଡାକ୍ତରୀ ଟିମ୍ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା ଚାଲିଥିଲା। ଆଲୋଚନା ପରେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ କାଲି ୧୯ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବର ଗାଁରେ ଆଜି ସକାଳେ ନାବାଳିକା ଜଣକ ନିଜ ସାଙ୍ଗ ଘରକୁ ବହି ଦେବା ପାଇଁ ଚାଲି ଚାଲି ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ଉଠାଇ ନେଇ ସେଠାରେ କିରୋସିନି ଢାଳି ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡି ଯାଇଛି। ଗତ କାଲି ଏମ୍ସ ନିର୍ଦ୍ଦେଶକ କହିଥିଲେ, ଆଗାମୀ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଆବଶ୍ୟକ ପଡିଲେ ପୀଡ଼ାତାଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରାଯିବ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...