AFFILIATE MARKETING

https://binomo.com?a=90810425bb57&t=0

Tuesday, July 8, 2025

ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ

 

ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ, କନିକା ରେଞ୍ଜରେ ସର୍ବାଧିକ ବସା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ପକ୍ଷରୁ କୁମ୍ଭୀର ବସା ଗଣନା ଜାରି ରହିଛି  ାରାଜନଗର ବନଖଣ୍ଡର କନିକା ବନାଞ୍ଚଳ(ରେଂଜ୍‌)ରେ ମୋଟ  ୯୫ଟି କୁମ୍ଭୀର ବସା ଚିହ୍ନଟ  ହୋଇଛି । କନିକା ରେଞ୍ଜରେ ମୁଖ୍ୟତଃ ଭିତରକନିକା ଫରେଷ୍ଟ ବ୍ଲକ୍‌, ରଗଡ଼ାପାଟିଆ ଫରେଷ୍ଟ  ବ୍ଲକ୍‌, ଚିନ୍ତାମଣି ମହାନ୍ତି ଯୋର  ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ରେ  ସର୍ବାଧିକ ବସା ଚିହ୍ନଟ ହେବାରେ  ଲାଗିଛି । 

ସୂଚନାଯୋଗ୍ୟ, ଏପ୍ରିଲ  ମାସରୁ ମା’ କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା  ଆରମ୍ଭ ହୋଇଥାଏ । ମା’ କୁମ୍ଭୀର  ନଦୀଠାରୁ କିଛି ଦୂରରେ ହେନ୍ତାଳ, କେଉଟି, ନାଳିଆ ପତ୍ରକୁ ଗଦା କରି  ତା’ ମଧ୍ୟରେ ଅଣ୍ଡା ଦେଇ ପୁନର୍ବାର  ପତ୍ର ଘୋଡ଼ାଇ ଦେଇଥାଏ । ତାକୁ  ମାଉଟ କୁହାଯାଏ । ମା’ କୁମ୍ଭୀର ଏହି  ସମୟରେ ନିଜ ଅଣ୍ଡାକୁ ସୁରକ୍ଷା ଦେବା  ପାଇଁ ତା’ ନିକଟରେ ଜଗି ରହିଥାଏ ।  

ସାଧାରଣତଃ ଗୋଧି, ବିଭିନ୍ନ ପ୍ରଜାତିର  ସାପ, ବାର୍‌ହା ଆଦି କୁମ୍ଭୀର ଅଣ୍ଡାକୁ  ଖାଇ ଯାଇଥାନ୍ତି । ପ୍ରଜନନ ଋତୁରେ  ସାଧାରଣତଃ କୁମ୍ଭୀରମାନେ ଅଧିକ  ହିଂସ୍ର ହୋଇ ଉଠିଥାନ୍ତି । ସେଥିପାଇଁ  ମେ ପହିଲାରୁ ଜୁଲାଇ ୩୧ ଯାଏ  ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ  ଆସିବା ପାଇଁ ବାରଣ କରାଯାଇଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...