AFFILIATE MARKETING

https://binomo.com?a=90810425bb57&t=0

Monday, July 7, 2025

ମୁଁ ଥିଲି ପାକିସ୍ତାନ ସେନାର ବିଶ୍ୱସ୍ତ ଏଜେଣ୍ଟ: ତହବୁରର ଚାଞ୍ଚଲ୍ୟକର ବୟାନ

ଲସ୍କର-ଇ-ତୋଏବାରୁ ନେଇଛି ତାଲିମ

ଆରାବିକ ସମେତ ଅନେକ ଭାଷାରେ ପାରଙ୍ଗମ

ନୂଆଦିଲ୍ଲୀ, ୦୭/୦୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବୁର ହୁସେନ ରାଣା ଉଗାଳିଛି ସତ। ପଚରାଉଚରା କରିବା ସମୟରେ ଏନଆଇଏ ଆଗରେ ସବୁ ସତ ସ୍ୱୀକାର କରିଛି। ପାକିସ୍ତାନ ସେନାର ଜଣେ ବିଶ୍ୱସ୍ତ ଓ ଭରସାଯୋଗ୍ୟ ଏଜେଣ୍ଟ ଥିବା ସେ ମାରିଛି। ପାକିସ୍ତାନ ସେନା ଏକ ଗୁପ୍ତ ମିଶନରେ ତାକୁ ସାଉଦି ଆରବ ପଠାଇଥିଲା।

ତହବୁର କହିଛି ଯେ, ପାକିସ୍ତାନୀ ସେନାର ଜଣେ ବିଶ୍ୱସ୍ତ ଏଜେଣ୍ଟ ଥିଲା। ଇରାକର କୁୱେତରେ ଆକ୍ରମଣ ସମୟରେ ତାକୁ ସାଉଦି ଆରବକୁ ଏକ ଗୁପ୍ତ ମିଶନରେ ପଠାଯାଇଥିଲା।

ତହବୁର କହିଛି ଯେ, ସେ ୧୯୮୬ ମସିହାରେ ରାୱଲପିଣ୍ଡିର ଆର୍ମି ମେଡିକାଲ କଲେଜରୁ ଏମବିବିଏସ ଶେଷ କରିବା ପରେ କ୍ୱେଟାରେ କ୍ୟାପ୍ଟେନ୍ (ଡାକ୍ତର) ଭାବରେ ନିଯୁକ୍ତ ହୋଇଥିଲେ।

ମୁମ୍ବାଇ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ଡେଭିଡ୍ ହେଡଲି ୨୦୦୩ରୁ ରୁ ୨୦୦୪ ମଧ୍ୟରେ ଲସ୍କର-ଏ-ତୋଏବାରେ ତିନୋଟି ପାଠ୍ୟକ୍ରମରେ ତାଲିମ ନେଇଥିଲେ। କିନ୍ତୁ ସେସବୁ ମନେ ନାହିଁ। ପାକିସ୍ତାନ ସହ ଜଡ଼ିତ ଥିବା ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଅବଦୁଲ ରେହମାନ ପାଶା, ସାଜିଦ ମୀର ଏବଂ ମେଜର ଇକବାଲ ଭଳି ପ୍ରମୁଖ 26/11 ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଥିବା ମଧ୍ୟ ସ୍ୱୀକାର କରିଛି। ସେ ହିନ୍ଦୀ, ଇଂରାଜୀ, ଆରାବିକ୍ ଏବଂ ପାସ୍ତୋ ସମେତ ଅନେକ ଭାଷାରେ ପାରଙ୍ଗମ।

ସେନା କ୍ୟାରିୟର ବିଷୟରେ ପଚାରିବାରୁ ସେ କହିଛି ଯେ, ସିଆଚେନରେ ତାର ପୋଷ୍ଟିଂ ସମୟରେ ସେ ପଲମୋନାରୀ ଏଡିମାରେ ପୀଡିତ ଥିଲା, ଯାହା ଫଳରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାକିରି ରେ ଯୋଗ ଦେଇ ପାରିନଥିଲା ଏବଂ ଚାକିରିରୁ ବହିଷ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, ୨୬/୧୧ ମୁମ୍ବାଇର ଲସ୍କର-ଇ-ତୋଏବା ଆତଙ୍କୀ ହମଲାରେ ୧୬୬ ଲୋକ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ତହବୁର ରାଣାର ପ୍ରମୁଖ ଭୂମିକା ରହିଥିଲା।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...