AFFILIATE MARKETING

https://binomo.com?a=90810425bb57&t=0

Sunday, July 13, 2025

କୃଷି ପାଇଁ ଓଡ଼ିଶାକୁ ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାରକୁ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭରେ ପୁରସ୍କୃତ ହେଇଥିଲା ଓଡ଼ିଶା


ଭୁବନେଶ୍ୱର - ଚଳିତ ଜୁଲାଇ ମାସ ୯ ତାରିଖରେ ନୂଆଦିଲ୍ଲୀ ଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ, ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାରକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରିଥିଲେ । ଗତକାଲି ରାତିରେ ଓଡ଼ିଶା ଫେରିବା ପରେ ଆଜି ଏହି ପୁରସ୍କାରକୁ ମହାମହିମ ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ l

ଏହା କୃଷି କ୍ଷେତ୍ରରେ ଆହୁରି ଉନ୍ନତି ଆଣିବା ପାଇଁ ରାଜ୍ୟବାସୀଙ୍କୁ ପ୍ରେରଣା ଯୋଗାଇବ । କୃଷି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବର୍ଗ ବିଶେଷ କରି ଚାଷୀ ଭାଇ ଭଉଣୀଙ୍କୁ ଏଥିପାଇଁ ରାଜ୍ୟପାଳ କୃତଜ୍ଞତା ଜ୍ଞାପନ କରିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...