AFFILIATE MARKETING

https://binomo.com?a=90810425bb57&t=0

Tuesday, July 1, 2025

ଆଜିଠୁ ଟ୍ରେନ ଭଡା ବୃଦ୍ଧି

ଜାଣନ୍ତୁ କେତେ କିମି ପାଇଁ କେତେ ଭଡ଼ା ବଢ଼ିଛି


ନୂଆଦିଲ୍ଲୀ, ୦୧/୦୭: ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ଆଜିଠୁ ଭଡ଼ା ବୃଦ୍ଧି ପାଇଛି‌। ପାସେଞ୍ଜର ଟ୍ରେନର ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ କୌଣସି ବୃଦ୍ଧି ହୋଇନାହିଁ। ୫୦୧ କିମିରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ୧୦ ଟଙ୍କା ଏବଂ ୨୫୦୧ରୁ ୩୦୦୦ କିମି ଦୂରତା ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।

ସ୍ଲିପର କ୍ଲାସ ପ୍ରତି କିମିରେ ୫୦ ପଇସା ଏବଂ ପ୍ରଥମ ଶ୍ରେଣୀ ପ୍ରତି କିମିରେ ୫୦ ପଇସା ବୃଦ୍ଧି ପାଇଛି। ମେଲ/ଏକ୍ସପ୍ରେସ, ଦ୍ୱିତୀୟ ଶ୍ରେଣୀ, ସ୍ଲିପର କ୍ଲାସ, ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିମି ପିଛା ୧ ପଇସା ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜିକ୍ୟୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।

ଏହି ଭଡା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏହି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ ସେବା ପାଇଁ ଲାଗୁ ହୋଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...