AFFILIATE MARKETING

https://binomo.com?a=90810425bb57&t=0

Monday, July 28, 2025

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ବିଜେପିରେ ଯୋଗ ଦେଲେ ଚାନ୍ଦବାଲୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି

ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର, ୨୭/୦୭: ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି । ଅନ୍ୟ ପଟେ ବିଜେଡି ଏବଂ କଂଗ୍ରେସର ଜନାଧାର ଆହୁରି ହ୍ରାସ ପାଇବାକୁ ଲାଗିଛି । ଏପରିକି ଦଳୀୟ କର୍ମୀମାନେ ମଧ୍ୟ ଆସ୍ଥା ହରାଉଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ହେଉଛି ଏହାର ଏକ ପ୍ରତିଫଳନ । ଆଜିର ମିଶ୍ରଣ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି କହିବା ସହିତ ସ୍ଥାନୀୟ ପଂଚାୟତର ମୈାଳିକ ସମସ୍ୟାର ସମାଧାନ ଓ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । । ବିଜେଡି ଉପରୁ ଆସ୍ଥା ହରାଇ ଚାନ୍ଦବାଲୀ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତୃବୃନ୍ଦ ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ଚାନ୍ଦବାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାନ୍ଦପୁର ଗ୍ରାମ ପଂଚାୟତର ସରପଂଚ ଶାରଳା ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଗଣେଷ ବିଶ୍ୱାଳ, ଓ୍‌ôାର୍ଡ ମେମ୍ବର ରଂଜନ ପଣ୍ଡା, ବାବାଜୀ ଚରଣ ସେଠୀ, ଅମୁଲ୍ୟ ଦାସ, କୃଷ୍ଣ ଓଝା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...