AFFILIATE MARKETING

https://binomo.com?a=90810425bb57&t=0

Thursday, July 17, 2025

ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଇନଷ୍ଟାଗ୍ରାମ ବନ୍ଧୁ ଗିରଫ

ଅଭିଯୁକ୍ତକୁ ଜରିମାନା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ

ଜଗତସିଂହପୁର, ୧୭/୦୭: ପାରାଦ୍ଵୀପ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସାମାଜିକ ଗଣମାଧ୍ୟମରେ ପ୍ରଥମେ ପ୍ରେମ ଏବଂ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ବିଚାରପତି ତଥା ସ୍ଵତନ୍ତ୍ର ପୋକସୋ କୋର୍ଟ, ଜଗତସିଂହପୁର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ହେଉଛନ୍ତି, ମଧ୍ୟପ୍ରଦେଶ ରାଜ୍ୟର ନରସିଂପୁର ଜିଲ୍ଲାର କେରେଲି ଅଞ୍ଚଳର ଅମନ ରଜାକ।

ଉଲ୍ଲେଖଯୋଗ୍ୟ ଯେ, ପାରାଦ୍ଵୀପ ଅଞ୍ଚଳର ଜଣେ ଛାତ୍ରୀ ମେଡିକାଲ ପଢିବା ଲାଗି କୋଚିଂ ନେଉଥିଲେ। ସେହି ସମୟରେ ଇନଷ୍ଟାଗ୍ରାମ ଜରିଆରେ ମଧ୍ୟପ୍ରଦେଶ ଯୁବକ ଅମନ ରଜାକ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବନ୍ଧୁତା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ରଜାକ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଙ୍ଗ କରି ଭାଇରାଲ କରିଥିଲା। ଏହା ସହ ବିଭିନ୍ନ ସମୟରେ ବ୍ଲାକମେଲିଂ ମଧ୍ୟ କରୁଥିଲା। ଏ ନେଇ ଛାତ୍ରୀଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ମଧ୍ୟପ୍ରଦେଶ ଅଞ୍ଚଳରୁ ଅମନକୁ ଗିରଫ କରି ଜେଲ ପଠାଇଥିଲା। ସାଇବର ଥାନା ଇନ୍ସପେକ୍ଟର ଅବନ୍ତୀରାଣୀ ନାୟକ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...