AFFILIATE MARKETING

https://binomo.com?a=90810425bb57&t=0

Sunday, July 20, 2025

+୨ ଛାତ୍ରୀଙ୍କୁ ନିଆଁ ଲଗାଇ ଦୁବୃର୍ତ୍ତ ଫେରାର

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର, ୧୯/୦୭: ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳି ଦେବାକୁ ଉଦ୍ୟମ କରାଯାଇଛି। ୩ ଜଣ ଦୁବୃର୍ତ୍ତ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି‌। ନିମାପଡ଼ା ବଳଙ୍ଗା ବାଇଆବର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ, ଯୁକ୍ତ ଦୁଇ ଛାତ୍ରୀ ଜଣଙ୍କ ଚାଲି ଚାଲି ତାଙ୍କ ସାଙ୍ଗ ଘରକୁ ଯାଉଥିଲେ। ହେଲେ, ୩ ଜଣ ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଶରୀରର ହାତ, ଗୋଡ଼ ଓ ଶରୀରର କିଛି ଅଂଶ ପୋଡି ଯାଇଛି। ବଳଙ୍ଗା ପୋଲିସ ଛାନଭିନ ଆରମ୍ଭ କରିଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...