AFFILIATE MARKETING

https://binomo.com?a=90810425bb57&t=0

Sunday, July 13, 2025

ହଷ୍ଟେଲ ଛାତରୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସିସିଟିଭି କ୍ୟାମେରାରେ କଏଦ ଆତ୍ମହତ୍ୟା ବେଳର ଦୃଶ୍ୟ


କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ l ଚାରି ମହଲା ହଷ୍ଟେଲ ବିଲଡିଂ ରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ତେବେ ସୂଚନା ଅନୁଯାୟୀ ଇଂଲିଶ ମିଡ଼ିଓମ୍ ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା ପ୍ରଧାନ ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି l 

ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ଏହି ଘଟଣା ଘଟିଛି l ଖବର ପାଇ ଚମ୍ପୁଆ ପାଲିସ ଓ ଚମ୍ପୁଆ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚଛନ୍ତି l ପେlଲିସ ଘଟଣାର ପୁଙ୍ଖନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି l ଖବର ପାଇ ଛାତ୍ରଙ୍କ ଘର ଲେlକ ଚମ୍ପୁଆରେ ପହଞ୍ଚିଛନ୍ତି l ଛାତ୍ରଙ୍କ ଘର ଝାଡଖଣ୍ଡର ଖରସୁଆଁ ଅଞ୍ଚଳର ହୋଇଥିବା ବେଳେ ସେ ଚମ୍ପୁଆ ସ୍ଥିତ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲା l ତେବେ ହଷ୍ଟେଲର ସିସିଟିଭି କ୍ୟାମେରାରେ କଏଦ ହୋଇଛି ସେ ଆତ୍ମହତ୍ୟା ହୋଇଥିବା ବେଳେର ଦୃଶ୍ୟ । 

ବହୁତ ହୋ ହଲା ପରେ ଚମ୍ପୁଆ ପୁଲିସ, ତୁରୁମୁଙ୍ଗା, ବଡବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଶେଷରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ପରିବାର ଲୋକ ତଥା ଜନସାଧାରଣଙ୍କୁ ବୁଝାସୁଝା କଲାପରେ ମୃତ ଛାତ୍ରର ଶବ ବ୍ୟବଛେଦ କରାଯାଇଛି । ଏଥିରେ ଏସଡିପିଓ ରଶ୍ମିରଞ୍ଜନ ସାହୁ, ଚମ୍ପୁଆ ଥାନା ଆଇଆଇସି ରମାକାନ୍ତ ମୁଦୁଲି ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...