AFFILIATE MARKETING

https://binomo.com?a=90810425bb57&t=0

Tuesday, July 29, 2025

ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ

ଲକ୍ଷ୍ମୀସାଗର ଥାନାରେ ଏତଲା ରୁଜୁ


ଭୁବନେଶ୍ୱର, ୨୪/୦୭: ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଲକ୍ଷ୍ମୀ ସାଗର ଅଞ୍ଚଳର ଜଣେ ଯୁବତୀ‌। ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପରେ ମହିଳାଙ୍କୁ ପ୍ରତାରଣା ସହ ଭୃଣ ହତ୍ୟା ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଯୁବତୀ।

https://youtube.com/@coastalnewsodia?si=AB2TB8we6wtbHMXy

ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ପରେ ଧାରା ୧୮୩ ଆଧାରରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି। ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିବାକୁ ମେଡିକାଲ ପଠାଇଛି ପୋଲିସ।

ସୂଚନା ଅନୁଯାୟୀ, ୨୦୨୩ ରଜ ମହୋତ୍ସବରେ ପୀଡ଼ିତାଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଯୁବତୀଙ୍କୁ ସେ ଏକ ମୋବାଇଲ ଫୋନ୍ ମଧ୍ୟ ଦେଇଥିଲେ। ଭିନ୍ନ ପ୍ରଲୋଭନ ଦେଖାଇ ପୁରୀ ନେଇଥିଲେ ଅମରେଶ। ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ଅମରେଶ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...