AFFILIATE MARKETING

https://binomo.com?a=90810425bb57&t=0

Tuesday, July 8, 2025

ସିନେମା ପାଇଁ ଓଡ଼ିଶା ହେବ ପ୍ରଥମ ପସନ୍ଦ, ଐତିହ୍ୟସ୍ଥଳୀରେ ସୁଟିଂ କଲେ ମିଳିବ ସବ୍‌ସିଡି

 ସିନେମା ନିର୍ମାଣ  ପାଇଁ ଓଡ଼ିଶା ହେବ ବିଶ୍ୱ ସିନେ ନିର୍ମାତାଙ୍କ ପ୍ରଥମ ପସନ୍ଦ । ୨୦୩୬ ମସିହା ସୁଦ୍ଧା ଜାତୀୟସ୍ତର ଏବଂ ୨୦୪୭ ବେଳକୁ ଅନ୍ତର୍ଜାତୀୟସ୍ତରର  ଫିଲ୍ମ ସୁଟିଂର ପ୍ରମୁଖ କେନ୍ଦ୍ର ପାଲଟିବ ଓଡ଼ିଶା ।  ସାମଗ୍ରିକ ବିକାଶ ଲାଗି ଯେଉଁ ‘ଚଳଚ୍ଚିତ୍ର ବିକାଶ  ଓ ପ୍ରୋତ୍ସାହନ ନୀତି’ ଆସିବ, ତାହା ଦେଶରେ  ରାଜ୍ୟକୁ ୧ନଂ କରିବ । ଏହି ନୀତିରେ ଲକ୍ଷ୍ୟ,  ରଣନୀତି, ଉତ୍ତରଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ  ହେବ । ଖାସ୍‌ କରି ଐତିହ୍ୟସ୍ଥଳୀରେ ସୁଟିଂ  କଲେ ସରକାର ସବ୍‌ସିଡି ଦେବେ ।  

ଚାହିଦା ଅନୁସାରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ‘ଓଡ଼ିଆ ଅସ୍ମିତା’କୁ  ନେଇ ସ୍ଥାନୀୟ ବିଷୟ ଆଧାରରେ ସିନେମା  କଲେ ସବୁ ସୁବିଧା ମିଳିବ । ବିକଶିତ ଭାରତ-୨୦୪୭ ପାଇଁ ବିକଶିତ ଓଡ଼ିଶା-୨୦୩୬ ଲାଗି  ସରକାରଙ୍କ ପରିକଳ୍ପିତ ଓଡ଼ିଶା ଭିଜନ୍‌ରେ  ଓଡ଼ିଆ ସିନେମା ଓ ଓଡ଼ିଶାରେ ସିନେମା ନିର୍ମାଣ  ଶିଳ୍ପକୁ ସମୃଦ୍ଧ କରିବା ଲାଗି ଏଭଳି ଯୋଜନା  କରିଛନ୍ତି ଓଡ଼ିଶା ସରକାର । ନୂଆ ଚଳଚ୍ଚିତ୍ର ନୀତି ଓଡ଼ିଆ ସିନେମାର ବିକାଶକୁ ବଳ ଯୋଗାଇବ । ରାଜ୍ୟର ଅନନ୍ୟ ସାଂସ୍କୃତିକ ଓ ପ୍ରାକୃତିକ  ସମ୍ପତ୍ତିକୁ ବିନିଯୋଗ କରି ଆର୍ଥିକ ଅଭିବୃଦ୍ଧି ସହ ସିନେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ।  

ଓଡ଼ିଶାରେ ଫିଲ୍ମ ନିର୍ମାଣ ପାଇଁ ଜାତୀୟ ନିର୍ମାତା  ଏବଂ ପ୍ରଯୋଜକଙ୍କୁ ଆକର୍ଷିତ କରିବା ଲାଗି  ଟିକସ ଛାଡ଼, ଅନୁଦାନ ଏବଂ ସବ୍‌ସିଡି ମିଳିବ। ଆର୍ଟ ଷ୍ଟୁଡିଓ, ପୋଷ୍ଟ ପ୍ରଡକ୍ସନ୍‌ ସୁବିଧା ସାଙ୍ଗକୁ  ସିନେମା ସୁଟିଂ ଲାଗି ଅନୁକୂଳ ପରିବେଶ ସୃଷ୍ଟି  କରାଯିବ ଯାହାର ଫାଇଦା ଉଭୟ ଆଞ୍ଚଳିକ ଏବଂ  ଜାତୀୟ ଓ ଅନ୍ତର୍ଜାତୀୟ ନିର୍ମାତା ପାଇବେ । କିନ୍ତୁ  ସେମାନଙ୍କୁ ଏଥିପାଇଁ ରାଜ୍ୟର ଐତିହ୍ୟସ୍ଥଳୀରେ  ବାର୍ଷିକ ଅତି କମ୍‌ରେ ୧୦ଟି ଫିଲ୍ମ ସୁଟିଂ କରିବାକୁ  ପଡ଼ିବ । ଏହାଛଡ଼ା ଫିଲ୍ମ ପାଇଁ ତାଲିମ୍‌ କେନ୍ଦ୍ର  ସ୍ଥାପନ ସାଙ୍ଗକୁ କର୍ମଶାଳା ମାଧ୍ୟମରେ ସ୍ଥାନୀୟ  ପ୍ରତିଭାଙ୍କୁ ସୁଯୋଗ ଦେବେ । ପୁଣି ମହୋତ୍ସବ, ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଏବଂ ଅନ୍ତର୍ଜାତୀୟ  ସହଯୋଗ ମାଧ୍ୟମରେ ଓଡ଼ିଆ ଫିଲ୍ମର ବ୍ୟବସାୟ  ଓ ବିତରଣ ବ୍ୟବସ୍ଥାକୁ ସୁଗମ କରାଯିବ । ଫିଲ୍ମ  ନିର୍ମାଣ ଲାଗି ଲିଜ୍‌ରେ ଉପକରଣ ଯୋଗାଇବା ଏବଂ କନିଷ୍ଠ କଳାକାର ନିଯୁକ୍ତି ଆଦି କ୍ଷେତ୍ରରେ  ସେବା ପାଇଁ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉତ୍ସାହିତ  କରାଯିବ ।  ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ  (ଓଏଫ୍‌ଡିସି) ଏବଂ କଳିଙ୍ଗ ଷ୍ଟୁଡିଓର  ପୁନଃନିର୍ମାଣ ହେବ । ଜାତୀୟ ଏବଂ ଅନ୍ତର୍ଜାତୀୟ  ସ୍ତରରେ ଓଡ଼ିଆ ସିନେମାକୁ ପ୍ରୋତ୍ସାହନ ସ୍ୱରୂପ  ଫିଲ୍ମ ଫେଷ୍ଟିଭାଲ୍‌ର ଆୟୋଜନ କରାଯିବ ।  ଓଡ଼ିଆ ଇତିହାସ ଏବଂ ସଂସ୍କୃତି ଉପରେ  ବିଶ୍ୱସ୍ତରୀୟ ଡକ୍ୟୁମେଣ୍ଟାରୀ ହେବ ।  

ଉଚ୍ଚମାନର ଚଳଚ୍ଚିତ୍ର ପ୍ରଯୋଜନା  ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଅପ୍‌ଗ୍ରେଡିଂ  ଉପକରଣର ବିକାଶ । ଅତିରିକ୍ତ ରାଜସ୍ୱ ଆୟ  ପାଇଁ ଷ୍ଟୁଡିଓ ଖୋଲି ଟୁର୍‌ ଗାଇଡ୍‌ ବ୍ୟବସ୍ଥା ସହ  ପର୍ଯ୍ୟଟକ ଆକର୍ଷଣୀୟ କେନ୍ଦ୍ର କରି ଓଡ଼ିଶାର  ସିନେମା ଐତିହ୍ୟ ପ୍ରଦର୍ଶନ କରିବା, ସୁଟିଂ ପାଇଁ  ଭଡ଼ା ଦେଇ ଷ୍ଟୁଡିଓକୁ ରୋଜଗାରର ଉତ୍ସରେ  ପରିଣତ କରାଯିବ । ଓଡ଼ିଶାର କାଳଜୟୀ  ସିନେମା ଏବଂ କିମ୍ବଦନ୍ତୀ ସିନେ ବ୍ୟକ୍ତିତ୍ୱଙ୍କ  କାହାଣୀ ସହ ଓଡ଼ିଆ ଫିଲ୍ମର ଐତିହାସିକ  ବିକାଶ ଯାତ୍ରାକୁ ଦେଖାଇବା ଲାଗି ଚଳଚ୍ଚିତ୍ର  ଅଭିଲେଖାଗାର ପ୍ରତିଷ୍ଠା କରାଯିବ । ବଡ଼  କଥା ହେଲା³ ଓଡ଼ିଆ ଫିଲ୍ମର ଅର୍ଥନୀତିକୁ  ପୁନର୍ଜୀବିତ କରିବା ସହ ହଲ୍‌ ଅଭାବ ପୂରଣ  ପାଇଁ ବ୍ଲକ୍‌ସ୍ତରରେ ଛୋଟ ଓ ସୁଲଭ ସିନେମା ହଲ୍‌ ତିଆରି ହେବ ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...