AFFILIATE MARKETING

https://binomo.com?a=90810425bb57&t=0

Friday, July 25, 2025

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍, ଘରେ ଟଙ୍କାର ପାହାଡ଼

ଅତର୍କିତ ଚଢ଼ାଉ କଲା ଭିଜିଲାନ୍ସ

ଏଯାଏଁ ମିଳିଲାଣି ଦେଢ଼ କୋଟି, ସୁନା ଦେଖି ତାଜୁବ ଭିଜିଲାନ୍ସ

ଜୟପୁର, ୨୫/୦୭: ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍। ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ସହ ଜଡ଼ିତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ପି ଆର ପେଟା ବାସଭବନ ସହ ଜୟପୁର ବନଖଣ୍ଡ ଅଫିସରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ୯ ଜଣ ଏଏସଆଇ ସାମିଲ ଅଛନ୍ତି।

କୋରାପୁଟର ଜୟପୁର ଟାଉନର ପିଆର ପେଟାର ସ୍ଥିତ ଏନକେଟି ରୋଡରେ ପୈତୃକ ବାସଭବନ, ଜୟପୁର ଟାଉନର ପିଆର ପେଟାରେ ଥିବା ଗୋଲ୍ଡେନ ହାଇଟ ରେସିଡେନ୍ସିଆଲ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍ ନଂ ୫୧୦ ଓ ୫୧୧, ଜୟପୁର ଟାଉନରେ ଥିବା ତାଙ୍କ ଶ୍ୱଶୁର ଘର, ଜୟପୁର ଫରେଷ୍ଟ ରେଞ୍ଜରେ ଥିବା ତାଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ରଘୁନାଥପୁରରେ ଥିବା ତାଙ୍କ ଭାଇଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ଚଢ଼ାଉ ବେଳେ ଡେପୁଟି ରେଞ୍ଜରଙ୍କ ଘରୁ ଖାଲି ୫୦୦ ଓ ୨୦୦ ଟଙ୍କିଆ ନୋଟ୍ ମିଳିଛି। ରେଞ୍ଜରଙ୍କ ଘରୁ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଦେଢ଼ କେଜି ଓଜନର ସୁନା ଓ ୧ କେଜି ଓଜନର ରୂପା ଜବତ କରାଯାଇଛି। ଯାହାର ମୂଲ୍ୟ ୩୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି। ୪ଟି ସୁନା ବିସ୍କୁଟ, ୧୬ଟି ସୁନା କଏନ ଓ ସୁନା ଇଟା ମଧ୍ୟ ମିଳିଲାଣି। ପ୍ରତି ସୁନା କଏନର ଓଜନର ୧୦ ଗ୍ରାମ ବୋଲି ଅନୁମାନ କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...