AFFILIATE MARKETING

https://binomo.com?a=90810425bb57&t=0

Saturday, July 26, 2025

ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ରୋକିବାକୁ ସୁପ୍ରିମକୋର୍ଟଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶନାମା

ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ରୋକିବାକୁ ସୁପ୍ରିମକୋର୍ଟଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶନାମା

୯୦ ଦିନ ଭିତରେ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର


https://youtube.com/@coastalnewsodia?si=AB2TB8we6wtbHMXy

ନୂଆଦିଲ୍ଲୀ, ଦେଶରେ ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା ରୋକିବା ପାଇଁ ସୁପ୍ରିମକୋର୍ଟ ଆଣିଛନ୍ତି ୧୫ ସୂତ୍ରୀ ନିର୍ଦ୍ଦେଶନାମା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଭାରତରେ ଛାତ୍ରଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉପରେ ବିଚାର କରି ୧୫ ଟି ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ଗାଇଡଲାଇନ ଦେଶର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ଲାଗୁ ହେବ। ମାନସିକ ଅବସାଦ, ପାଠପଢ଼ାର ବୋଝ ଓ ପରୀକ୍ଷା ଚାପ ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।

ମାନସିକ ସ୍ଵାସ୍ଥ୍ୟ କାଉନସେଲିଂ, ଗ୍ରୀଭାନ୍ସ ରିଡ୍ରେସାଲ ସିଷ୍ଟମ କାର୍ଯ୍ୟକ୍ଷମ ଓ ନିୟମିତ ତଦାରଖ ବାଧ୍ୟତାମୂଳକ କରାଯାଇଛି। ୯୦ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବେ କେନ୍ଦ୍ର ସରକାର।

ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀ ହେଉଛି:-

ମାନସିକ ସ୍ଵାସ୍ଥ୍ୟ ନୀତି:- ସବୁ ଶିକ୍ଷାନୁଷ୍ଠାନକୁ ଏକୀକୃତ ମାନସିକ ସ୍ୱାସ୍ଥ୍ୟ ନୀତି ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ଏହି ନୀତିର ପ୍ରତିବର୍ଷ ସମୀକ୍ଷା କରାଯିବ। ଅନୁଷ୍ଠାନରେ ୱେବସାଇଟ ଓ ନୋଟିସ୍ ବୋର୍ଡରେ ଏହା ପ୍ରକାଶ ପାଇବ।

କାଉନସେଲର ନିଯୁକ୍ତି:- ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନୁଷ୍ଠାନ କାଉନସେଲର, ମନୋବିଜ୍ଞାନୀ କିମ୍ବା ସାମାଜିକ କର୍ମୀଙ୍କୁ ନିଯୁକ୍ତ କରିବେ। ସମ୍ପୃକ୍ତ କାଉନସେଲର ଶିଶୁ ଓ କିଶୋର ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିବେ।

ନିରାପଦ ପରିବେଶ:- ଆବାସିକ ଅନୁଷ୍ଠାନଗୁଡିକୁ ଟାମ୍ପର-ପ୍ରୁଫ ସିଲିଂ ଫ୍ୟାନ ଓ ଅନ୍ୟ ନିରାପତ୍ତା ଉପକରଣ ସ୍ଥାପନ କରିବେ। ଛାତ ଓ ବାଲକୋନୀରେ ପ୍ରବେଶ ସୀମିତ ରଖିବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟାୟ ଆଚରଣ ରୋକିବା:- ଶିକ୍ଷାନୁଷ୍ଠାନ ଗୁଡିକ ଯୌନ ନିର୍ଯାତନା, ରାଗିଂ, ଉତ୍ପୀଡନ ରୋକିବା ପାଇଁ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଗୋପନୀୟ ଓ ସହଜଲଭ୍ୟ ଅଭିଯୋଗ ପଦ୍ଧତି ଗ୍ରହଣ କରିବାକୁ କୁହାଯାଇଛି। ଅଭିଯୋଗକାରୀଙ୍କ ବିରୋଧରେ ପ୍ରତିଶୋଧ ମୂଳକ କାର୍ଯ୍ୟ ପାଇଁ ଶୂନ୍ୟ ସହନଶୀଳତା ନୀତି ପାଳନ କରାଯିବ।

କୋଚିଂ ସେଣ୍ଟର ପାଇଁ ନିୟମ:- କୋଚିଂ ହବ୍ ଗୁଡିକୁ ଉନ୍ନତ ମାନସିକ ସ୍ଵାସ୍ଥ୍ୟ ସୁରକ୍ଷା ଓ ନିବାରଣ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ଗୁଡିକ ଛାତ୍ର ସୁରକ୍ଷା ନିୟମ ଓ ଅଭିଯୋଗ ନିରାକରଣ ପଦ୍ଧତି ସୁନିଶ୍ଚିତ କରିବେ।

 ପରୀକ୍ଷା ନିୟମ ହ୍ରାସ:- ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରଦର୍ଶନ ଆଧାରରେ ବ୍ୟାଚ ବିଭାଜନ ସର୍ବସାଧାରଣରେ ଅପମାନ କରି ପାରିବେ ନାହିଁ।

 ସହାୟତା ଓ ସଚେତନତା:- ସବୁ ଅନୁଷ୍ଠାନରେ ଟେଲି ପରାମର୍ଶ ସମେତ ଆତ୍ମହତ୍ୟା ନିବାରଣ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ ହେବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବର୍ଷକୁ ଅତି କମରେ ଦୁଇ ଥର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...