AFFILIATE MARKETING

https://binomo.com?a=90810425bb57&t=0

Thursday, July 3, 2025

ବନ୍ଦ ହେବ ଇସ୍ରାଏଲ-ହମାସ ଯୁଦ୍ଧ ?

କାମ ଦେବ କି ଟ୍ରମ୍ପଙ୍କ ମଧ୍ୟସ୍ଥତା

ଟ୍ରମ୍ପ କଲେ ବଡ ଘୋଷଣା

ଜେରୁଜେଲମ, ୦୨/୦୭: କାମ ଦେବ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥି? ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ହୋଇଥିବା ବେଳେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରତି ହେବାକୁ ଯାଉଛି। ଏ ନେଇ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ଟ୍ରମ୍ପ ମଙ୍ଗଳବାର ଘୋଷଣା କରି କହିଛନ୍ତି ଯେ, “ମୋ ପ୍ରତିନିଧିମାନେ ଗାଜାରେ ଆଜି ଇସ୍ରାଏଲ ଅଧିକାରୀଙ୍କ ସହିତ ଏକ ଦୀର୍ଘ ଏବଂ ଫଳପ୍ରଦ ବୈଠକ କରିଛନ୍ତି। ଇସ୍ରାଏଲ ୬୦ ଦିନ ପାଇଁ ଅସ୍ତ୍ରବିରତି ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀରେ ରାଜି ହୋଇଛି, ଏହି ସମୟ ମଧ୍ୟରେ ଆମେ ଯୁଦ୍ଧ ସମାପ୍ତ କରିବା ପାଇଁ ଉଭୟ ପକ୍ଷଙ୍କ ସହିତ କାମ କରିବୁ। ଶାନ୍ତି ଆଣିବାରେ ସାହାଯ୍ୟ କରିବା ପାଇଁ ବହୁତ କଠିନ ପରିଶ୍ରମ କରିଥିବା କତାର ଏବଂ ଇଜିପ୍ଟ ମଧ୍ୟ ଏହି ଚୂଡ଼ାନ୍ତ ପ୍ରସ୍ତାବ ପ୍ରଦାନ କରିବେ। ମୁଁ ଆଶା କରୁଛି, ମଧ୍ୟପ୍ରାଚ୍ୟର ମଙ୍ଗଳ ପାଇଁ, ହମାସ ଏହି ଚୁକ୍ତିନାମାକୁ ଗ୍ରହଣ କରିବ”। ବୋଲି ଟ୍ରମ୍ପ କହିଛନ୍ତି।

ହମାସ ଅଧିକାରୀ ତାହେର ଅଲ-ନୁନୁ କହିଛନ୍ତି ଯେ ହମାସ  ଚୁକ୍ତିନାମା କରିବା ପାଇଁ ପ୍ରସ୍ତୁତ। ଯୁଦ୍ଧର ଅନ୍ତ ଘଟାଇବା ଯେଉଁ ପଦକ୍ଷେପ ନେବାକୁ ପଡ଼ିବ ଆମେ କରିବୁ।

ତେବେ ଟ୍ରମ୍ପଙ୍କ ପୋଷ୍ଟ ପରେ ଇସ୍ରାଏଲର କୌଣସି ଅଧିକାରୀଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

ଜଣେ ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ବୁଧବାର ଦିନ ହମାସର ଏକ ପ୍ରତିନିଧି ଦଳ କାଏରୋରେ ଇଜିପ୍ଟ ଏବଂ କତାର ମଧ୍ୟସ୍ଥିଙ୍କ ସହ ଏହି ପ୍ରସ୍ତାବ ଉପରେ ଆଲୋଚନା କରିପାରନ୍ତି।

ଇସ୍ରାଏଲରର ରିପୋର୍ଟ ଅନୁଯାୟୀ, ହମାସ ୨୦୨୩ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଗାଜାରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁଥିରେ ୧,୨୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ଏବଂ ୨୫୧ ଜଣଙ୍କୁ ବନ୍ଧକ କରାଯାଇଥିଲା। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଆକ୍ରମଣରେ ୫୬ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...