AFFILIATE MARKETING

https://binomo.com?a=90810425bb57&t=0

Thursday, July 31, 2025

ପୋଶ ଆଇନ ୨୦୧୩ ସମ୍ବନ୍ଧରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଦେଲେ ମିଳିତ ଜାତି ସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳକ

ଭୁବନେଶ୍ୱର, ୩୧/୦୭: ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ(ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ ୨୦୧୩ ସମ୍ବନ୍ଧରେ ଏକ ସମ୍ବେଦନଶୀଳ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷିତ କରି ସମସ୍ତ ଜିଲ୍ଲାରେ ଥିବା ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି)ସଦସ୍ୟମାନଙ୍କୁ ପ୍ରଭାବଶାଳୀ ଭାବରେ ପୋଶ ଆଇନ ବିଷୟରେ ଶିକ୍ଷା ଦେବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ।

ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏହି କର୍ମଶାଳାକୁ ଉଦଘାଟନ କରି ସମସ୍ତ ସରକାରୀ କର୍ମକ୍ଷେତ୍ରକୁ ମହିଳାମାନଙ୍କ ପାଇଁ ଏକ ନିରାପଦ କର୍ମକ୍ଷେତ୍ର ଭାବେ ପରିପ୍ରକାଶ କରିବା ପାଇଁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ମିଳିତ ଜାତି ସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳକ ମିସ ଅନୁଜା ଗୁଲାଟି ଯୋଗ ଦେଇ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପୋଶ ଆଇନ ସମ୍ବନ୍ଧରେ ଖୋଲା ଆଲୋଚନା କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ବିଭିନ୍ନ ଜିଲ୍ଲାର ଉପ ଜିଲ୍ଲାପାଳ, ଡେପୁଟି କଲେକ୍ଟର, ପ୍ରକଳ୍ପ ଅଧିକାରୀ ଏବଂ ଏଲସି, ଆଇସିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...