AFFILIATE MARKETING

https://binomo.com?a=90810425bb57&t=0

Thursday, July 31, 2025

ଛୋଟ ଶିଶୁକୁ ପୁନର୍ଜୀବନ ଦେଲା ହାଇଟେକ୍ ହସ୍ପିଟାଲ

ଛୋଟ ଶିଶୁକୁ ପୁନର୍ଜୀବନ ଦେଲା ହାଇଟେକ୍ ହସ୍ପିଟାଲ

ଜଟିଳ ଅବସ୍ଥା କହି ଫେରାଇ ଦେଇଥିଲେ ଏକାଧିକ ହସ୍ପିଟାଲ

ଭୁବନେଶ୍ୱର, ୩୧/୦୭: ସୂଦୁର ଗଞ୍ଜାମ ଜିଲ୍ଲାରୁ ରାତି ୧୧ଟା ବେଳେ ଶୋଇଥିବା ସମୟରେ ଏକ ବିଷଧର ସର୍ପ ଦଂଶନରେ ଶିଶୁଟି ଜଣାପଡିବାରୁ ବାପା ମାଆ ତୁରନ୍ତ ଗଞ୍ଜାମ ସରକାରୀ ହସ୍ପିଟାଲକୁ ନେବା ପରେ ମେଡିକାଲ ଅଫିସର ଏହା ଅତ୍ୟନ୍ତ ଜଟିଳ ଏବଂ ଅସୁବିଧା ଦର୍ଶାଇ ତୁରନ୍ତ କଟକ କିମ୍ବା ଭୁବନେଶ୍ବର ନେଇଯିବା ପାଇଁ ପରାମର୍ଶ ଦେଇଥିବାବେଳେ ବାପା ମାଆ ଅତିବ୍ୟଗ୍ର ହୋଇ ଭୁବନେଶ୍ବର ଆସି ପହଁଞ୍ଚି ଘରୋଇ ହସ୍ପିଟାଲରେ ଦେଖାଇବାରୁ ସେମାନେ ପିଲାର ଅବସ୍ଥା ସଂପର୍କରେ ଧ୍ୟାନ ଦେଇ ଏହା ଅତ୍ୟନ୍ତ ଦୁରୁହ ବେପାର ଏବଂ ସମ୍ଭାବନା କମ ଭାବି ଫେରାଇ ଦେବାରୁ କୌଣସି ସୂତ୍ରରୁ ଖବର ପାଇ ପିତାମାତା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଁଞ୍ଚି ସୁଦକ୍ଷ ଚିକିତ୍ସକମାନଙ୍କ ଦ୍ଵାରା ଏକ ପୁନର୍ଜନ୍ମ ପାଇଛନ୍ତି । ଗଞ୍ଜାମ ଜିଲ୍ଲାର ପିତା ପବିତ୍ର ନାୟକ ଓ ମାତା ରଶ୍ମିତା ନାୟକ ୩ ବର୍ଷର ପିଲାର ପୁନର୍ଜନ୍ମ ପାଇଁ ବିଶିଷ୍ଠ ଚିକିତ୍ସାବିତ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ହାଇଟେକ୍ ହସ୍ପିଟାଲକୁ ପ୍ରଣାମ ଜଣାଇଛନ୍ତି । ଏଠାରେ କହି ରଖୁଛୁ ଯେ, ସାପ କାମୁଡା ସମୟରେ ତୁରନ୍ତ ଦକ୍ଷ ଚିକିତ୍ସକମାନଙ୍କ ଦ୍ୱାରା ପରାମର୍ଶ ଓ ଚିକିତ୍ସା କରାଇଲେ ତତ୍‌କ୍ଷଣାତ ମୃତ୍ୟୁ ମୁଖରୁ ବଞ୍ଚିପାରିବବୋଲି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏବଂ ଚିକିତ୍ସାବିତ୍‌ମାନେ ପରାମର୍ଶ ଦେଇଛନ୍ତି । ବର୍ତମାନ ଶିଶୁଟି ସମ୍ପୂର୍ଣ ସୁସ୍ଥ ଥିବା ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ରବିନ୍ଦ୍ରନାଥ ବେହେରା କହିଛନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...