AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ଶିଳ୍ପ ମନ୍ତ୍ରୀଙ୍କ ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନ

ଅଂଚଳର ବ୍ୟାପକ ଉନ୍ନତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ


ଭୁବନେଶ୍ୱର, ୨୯/୦୭: ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳ ପରିଦର୍ଶନରେ ଯାଇ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଓ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସ୍ଥାନୀୟ ଅଂଚଳର ବ୍ୟାପକ ଉନ୍ନତିକରଣ ଓ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଇନ୍ଦ୍ରାଣୀ ପାଟଣାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପରିଚାଳିତ କମନ ଫାସିଲିଟି ସେଣ୍ଟର ତାସହ ସୁଶାନ୍ତ ମିନେରାଲ, ଗ୍ଲେଜ ପ୍ଲାଷ୍ଟିକ, ସ୍ୱସ୍ତିକ ଇଣ୍ଡଷ୍ଟ୍ରିଜ, ହିନ୍ଦୁସ୍ତାନ ଟେକ୍ନୋଲୋଜି, ଓଡିଶା ପ୍ଲାଷ୍ଟଓ, ପ୍ରଗତି କ୍ଷୀର, ପଶୁପତି ଆଗରୋଭେଟ ଭଳି ରାଜ୍ୟର ଅଗ୍ରଣୀ ଉଦ୍ୟୋଗ ଗୁଡିକୁ ବୁଲି ଦେଖିବା ସହ ସେମାନଙ୍କର ଉନ୍ନତିକରଣ ଓ ଆବଶ୍ୟକୀୟ ସରକାରୀ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ୱେଲସ୍ପୁନ ଲିମିଟେଡ଼ର ପ୍ରସ୍ତାବିତ ହସ୍ତତନ୍ତ ପ୍ରକଳ୍ପ ଏବଂ ଲଜିସ୍ଟିକ ପାର୍କ ବୁଲି ଦେଖିଥିଲେ ।

ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ସ୍ଥାନୀୟ ସମସ୍ୟା, ଜମି ଆବଣ୍ଟନ ଓ ଜମିର ସମୁଚିତ ବ୍ୟବହାର ସମ୍ପର୍କରେ ଅବଗତ ହେବା ସହିତ ଆନ୍ତରିକତା ସହିତ ଉଦ୍ୟୋମିତା କରୁଥିବା ଅନୁଷ୍ଠାନ ଗୁଡିକୁ ରାଜ୍ୟ ସରକାର ସବୁମତେ ସାହାଯ୍ୟ କରିବାପାଇଁ ପ୍ରତିଶୃତିବଦ୍ଧ । ଓଡ଼ିଶାରେ ଯେତେ ଅଧିକ ଉଦ୍ୟୋଗ ସ୍ଥାପନ ହେବ ସେତେ ଅଧିକ ଯୁବକ ଯୁବତୀ ଆମର ନିଯୁକ୍ତି ପାଇବେ ବୋଲି ସେ ପ୍ରକାଶ କରିଛନ୍ତି ।

ଓଡିଶା ଶିଳ୍ପ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜଗତପୁର ଓ ଚୌଦ୍ୱାର ଶିଳ୍ପାଞ୍ଚଳର ଦୈନନ୍ଦିନ ସମସ୍ୟା, ଉନ୍ନତିକରଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ । ସେ ସମ୍ପର୍କରେ ସରକାର ସଚେତନ ଅଛନ୍ତି ଆଗାମୀଦିନରେ ସରକାରଙ୍କ କାର୍ଯ୍ୟାନ୍ୱୟନର ସୁଫଳ ଆପଣମାନେ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଏହି ଗସ୍ତ ସମୟରେ ଇଡ଼କୋ ମୁଖ୍ୟ ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ରେଡ୍ଡୀ, ସିଜିଏମ ଶ୍ରୀ ସୁବାଷ ଚନ୍ଦ୍ର ନାଥଶର୍ମା, ସିଜିଏମ ଶ୍ରୀ ଅରବିନ୍ଦ ତ୍ରିପାଠୀ, ଜମି ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...