AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ଅନ୍ତରୀକ୍ଷ ମିଶନ ‘NISAR’ ସଫଳ ଉତକ୍ଷେପଣ

ବିଶ୍ୱର ସବୁଠୁ ମହଙ୍ଗା ସାଟେଲାଇଟ। ପୃଥିବୀ ଉପରେ ରଖିବ ଟିକିନିଖି ନଜର।

ଜାଣନ୍ତୁ ସମଗ୍ର ବିଶ୍ୱ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସାଟେଲାଇଟ

ନୂଆଦିଲ୍ଲୀ, ୩୦/୦୭: ମହାକାଶ କ୍ଷେତ୍ରରେ ଇତିହାସ ରଚିଲା ଭାରତ। ମାଇଲଖୁଣ୍ଟ ଅତିକ୍ରମ କଲା ଇସ୍ରୋ। ବୁଧବାର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର ରାଡାର (ନିସାର) ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି।

୨୩୯୩ କିଲୋଗ୍ରାମ ଓଜନର ଏହି ସାଟେଲାଇଟ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫:୪୦ ରେ ଇସ୍ରୋର ଜିଓସିଙ୍କ୍ରୋନାସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV) ଯୋଗେ ମହାକାଶକୁ ଉତକ୍ଷେପଣ ହୋଇଛି।

ନିସାର ମିଶନ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଯୁକ୍ତରାଷ୍ଟ୍ରର ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ୍ (ନାସା) ର ଏହା ମିଳିତ ପ୍ରକଳ୍ପ। ଏଥିରେ ୧୦ ହଜାର କୋଟି ଖର୍ଚ୍ଚ ହୋଇଛି। ଏହି ସାଟେଲାଇଟ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଜଳବାୟୁ ମନିଟରିଂ ଏବଂ ବିପର୍ଯ୍ୟୟ ପୂର୍ବରୁ ଆଗୁଆ ସୂଚନା ଦେବ।

ନିସାର ହେଉଛି ବିଶ୍ୱର ପ୍ରଥମ ପୃଥିବୀ-ମ୍ୟାପିଂ ସାଟେଲାଇଟ୍ ଯାହା ପୃଥିବୀକୁ ନିରୀକ୍ଷଣ କରିବ। ନାସାର ଏଲ-ବ୍ୟାଣ୍ଡ ରାଡାର ଏବଂ ଇସ୍ରୋର ଏସ-ବ୍ୟାଣ୍ଡ ରାଡାରର ମିଳିତ ଭାବେ ନିସାର ପୃଥିବୀ ପୃଷ୍ଠରେ ଥିବା ଅତି ସାମାନ୍ୟ ପରିବର୍ତ୍ତନକୁ ଯେପରିକି ଜଙ୍ଗଲ ତଳେ, ବାଦଲ ତଳେ କିମ୍ବା ଅନ୍ଧାରରେ ମଧ୍ୟ ଆଂଶିକ ମିଲିମିଟର ପର୍ଯ୍ୟନ୍ତ ଛୋଟ ଗତିବିଧି ଚିହ୍ନଟ କରିବାକୁ ସକ୍ଷମ ହେବ।

ନିସାରକୁ ପ୍ରତି ୯୭ ମିନିଟରେ ଗ୍ରହକୁ ପରିକ୍ରମା କରିବା ପାଇଁ ଡିଜାଇନ୍ କରାଯାଇଛି। ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ। ଏହି ସମୟରେ ପୃଥିବୀ ପୃଷ୍ଠରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ। ଯାହା ଫଳରେ ପ୍ରତ୍ୟେକ ଦେଶରେ ବନ୍ୟା, ମରୁଡି, ଭୂସ୍ଖଳନ, ସୁନାମୀ ଓ ଆଗ୍ନେୟଗିରି ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପୂର୍ବାନୁମାନ କରିବା ସହ ସମୟ ପୂର୍ବରୁ ସୂଚନା ଦେବ।

ପ୍ରାୟ ୧୦ ବର୍ଷ ପୂର୍ବରୁ ଏହି ସାଟେଲାଇଟ ପାଇଁ ମିଳିତ କାର୍ଯ୍ୟ ଆରମ୍ଭ କରିଥିଲେ ଇସ୍ରୋ ଓ ନାସା।

https://youtube.com/@coastalnewsodia?si=AB2TB8we6wtbHMXy

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...