AFFILIATE MARKETING

https://binomo.com?a=90810425bb57&t=0

Tuesday, July 29, 2025

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପାର୍ଲାମେଣ୍ଟ/ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

କାର୍ଯ୍ୟକ୍ରମରେ ଯୋଗ ଦେବେ ୨୫୦ରୁ ଉର୍ଦ୍ଧ୍ବ ପ୍ରତିନିଧି

ଭୁବନେଶ୍ୱର, ୨୯/୦୭: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପବାଚସ୍ପତି ଶ୍ରୀ ଭାବନୀଶଙ୍କର ଭୋଇ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ସୁଚିନ୍ତିତ ମତ ରଖିଥିଲେ ।

*https://youtu.be/BM9q3K5n-3o?si=i7uiZKCA85lwxfQ6*

ବୈଠକରେ ଆଲୋଚନା ଅନୁଯାୟୀ ଏହି ଜାତୀୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଡ. ହରିବଂଶ, ସାଂସଦ ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କମିଟି ଅଧ୍ୟକ୍ଷ ଓ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବାଚସ୍ପତି ଓଡ଼ିଶାକୁ ଏଭଳି ଏକ ମର୍ଯ୍ୟାଦାଜନକ ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଲୋକସଭାର ବାଚସ୍ପତିଙ୍କୁ ଆନ୍ତରିକ ଧନ୍ୟବାଦ ପ୍ରଦାନ କରିଥିଲେ । ସେ କହିଥିଲେ ଯେ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବେ । ଓଡ଼ିଶା ‘ଅତିଥି ଦେବୋ ଭବଃ’ ନୀତିକୁ ସବୁବେଳେ ପ୍ରାଥମିକତା ଦେଇଥାଏ । ଏଣୁ ଏଥିରେ ଯୋଗଦେବାକୁ ଥିବା ଅତିଥିମାନଙ୍କ ଚର୍ଚ୍ଚାରେ ଯେପରି କୌଣସି ତ୍ରୁଟି ନ ରହେ ତାହା ଉପରେ ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ ।

ଏହି ଦୁଇଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାବେଳେ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀ ପରେ ଅତିଥିମାନେ ପୁରୀ ଓ କୋଣାର୍କ ପରିଦର୍ଶନ କରିବେ ।

ଏହିସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବା ପାଇଁ ଲୋକସଭାର ନିର୍ଦ୍ଦେଶକ ଡ. ୟମ୍‌ନାମ୍‌ ଅରୁଣ କୁମାରଙ୍କ ସହ ଏକ ଉଚ୍ଚସ୍ତରୀୟ ଅଧିକାରୀ କମିଟି ଓଡ଼ିଶା ଗସ୍ତରେ ଅଛନ୍ତି । ପ୍ରସ୍ତୁତି ବୈଠକରେ କମିଶନରେଟ୍‌ ପୋଲିସ, ସଂସଦୀୟ ବ୍ୟାପାର ବିଭାଗ, ଗୃହ ବିଭାଗ, ଅର୍ଥ ବିଭାଗ, ପର୍ଯ୍ୟଟନ ବିଭାଗ, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିବାବେଳେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...