AFFILIATE MARKETING

https://binomo.com?a=90810425bb57&t=0

Thursday, July 3, 2025

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପିର ପାଞ୍ଚ ଜଣ ସଦସ୍ୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳର ମୁଖ୍ୟ ସଦସ୍ୟତାରୁ ନିଲମ୍ବିତ କରିଛନ୍ତି। ପାଞ୍ଚ ଜଣ ସଦସ୍ୟ ହେଉଛନ୍ତି: କର୍ପୋରେଟର ଅନୁରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜିବ ମିଶ୍ର।

ୱାର୍ଡ ନମ୍ବର ୩୦, ୩୨, ୯, ୪୦ ଏବଂ ୪୪ ର ସଫେଇ କର୍ମୀମାନେ ଅଳିଆ ସଫା କରିବାକୁ ମନା କରି ପ୍ରତିବାଦ କରିଥିଲେ। କର୍ମଚାରୀମାନେ ସେମାନଙ୍କର ନିୟମିତ ଅଳିଆ ସଂଗ୍ରହ ପାଇଁ ଯାଇ ନଥିଲେ। ସେମାନେ ପ୍ରାୟ ୧୫ ଟି ଗାଡ଼ି ପାର୍କିଂ କରି ପ୍ରତିବାଦ ପାଇଁ ଏକାଠି ହୋଇଥିଲେ।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣକୁ ଓଏଏସ୍ ଆସୋସିଏସନ୍ ନିନ୍ଦା କରିଥିଲା ଏବଂ ଓଏଏସ୍ ଅଧିକାରୀଙ୍କ ସାମୂହିକ ଛୁଟି ଡାକରା ଦେଇଥିଲା। ହେଲେ, ଗତ କାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ଓ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ।

ଏହା ପୂର୍ବରୁ ତିନି ଜଣଙ୍କୁ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି ପୋଲିସ। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା। ଗତ କାଲି ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...